STORYMIRROR

suchismita Sahu

Drama

4  

suchismita Sahu

Drama

ଅଫେରା ବାଟୋଇ

ଅଫେରା ବାଟୋଇ

1 min
15

ଜୀବନ ର ସେହି

      ଅଙ୍କା ବଙ୍କା ପଥ
 
ଅତିକ୍ରମ ହୋଇ ସାରିଛି

        ଫେରି ଯିବା ପାଇଁ
 
ଅଫେରା ବାଟୋଇ

   ମୃତ୍ୟୁ କୁ ଅପେକ୍ଷା କରିଛି

             କଣ୍ଟକିତ ଲାଗେ
 ଗୋଲାପ ର ଶଯ୍ୟା
ବାର୍ଦ୍ଧକ୍ୟ ବଇରୀ ସାଜିଛି
 
ପାଦେ ହାତେ ତାର
           ସତେ ଯେମିତି
ବେଡି କିଏ ବାନ୍ଧି ଦେଇଛି

ନା ଅଛି ପାଖେ ଘୋର ମନବଳ
      ନା ଅଛି ତାର ସଂସାର ଜଞ୍ଜାଳ
        ବେଳ ଗଡି ଗଡି ଯାଉଛି

ସୁରୁଜ ଗଲେଣି ଡୁବି
 ପଶ୍ଚିମ ଆକାଶେ
ସୂର୍ଯ୍ୟାସ୍ତ ର ବେଳ ଆସିଛି

ସ୍ବର୍ଗଗତା ପତ୍ନୀ ହାତ ଠାରି
 ତାକୁ ଡାକୁଛି
ଜ୍ଞାନ୍ତି ପରିଜନ ଙ୍କର
 ଟାପୁରୁ ଟୁପୁରୁ ଶୁଭୁଛି

ଆଉ ବେଶୀ ଦିନ ନୁହେଁ
 ଫେରି ଯିବା ପାଇଁ
ଆର ପାରି ରୁ ଡାକରା ଆସିଛି
 
ପ୍ରତୀତ ହୁଅଇ ଭୀଷ୍ମ ପିତା ମହ ଙ୍କର
 ଜୀର୍ଣ୍ଣ ସିର୍ଣ୍ଣ କ୍ଲାନ୍ତ ଅବସାର୍ଣ୍ଣ ଦେହ
ଶର ଶଯ୍ୟା ରେ

ଆସର୍ଣ୍ଣ  ମୃତ୍ୟୁର
 ଅପେକ୍ଷା ରେ ପଡି ରହିଛି


Rate this content
Log in

Similar oriya poem from Drama