STORYMIRROR

suchismita Sahu

Others

4  

suchismita Sahu

Others

ଓଁ

ଓଁ

1 min
317

ମଥାରୁ ଯାହାର ବହେ 
ଗଙ୍ଗାର ଧାର 
କେହି ନୁହେଁ କେହି ନୁହେଁ 
ସେ ମୋ ଚନ୍ଦ୍ରଶେଖର 
ବେକରେ ଯାହାଙ୍କ ଶୋହେ 
ନାଗ ର ହାର 
କେହି ନୁଁହ କେହି ନୁହେଁ 
ସେ ମୋ  ଶିବଶଙ୍କର 
ଯାହା ନାମ ମାତ୍ରକେ 
ସବୁ ହୁଏ ଶୁଭଙ୍କର 
ସେହି ସତ୍ୟ, ସେହି ଶିବ 
ସେ ହିଁ ତ ସୁନ୍ଦର 
କେହି ନୁହେଁ କେହି ନୁହେଁ 
ସେ ମୋ କପିଳେଶ୍ଵର
ଯାହାକୁ ଲାଗି ହୁଏ 
ଦୂରଦୁରା ଗୟଶ ବେଲପତର 
କେହି ନୁହେଁ କେହି ନୁହେଁ 
ସେ ମୋ ଭୂଷଣ୍ଡେଶ୍ୱର 

ଲଲାଟେ ଶୋଭିତ ଯାର 
ଚନ୍ଦନ ର ଗାର 
କେହି ନୁହେଁ କେହି ନୁହେଁ 
ସେ ମୋ ଯୋଗୀ ଯୋଗେ ସ୍ୱର 
ଅର୍ଦ୍ଧ ଚନ୍ଦ୍ର ବିରାଜିତ 
ମଥାରେ ଯାର 
କେହି ନୁହେଁ କେହି ନୁହେଁ 
ସେ ମୋ ତ୍ରିଶୁଳ ଧର 
କୈଳାଶ ର ପତି 
ପାର୍ବତୀ ବର 
କିଏ ପୁଣି ଡାକୁ ଥାଏ 
ଆହେ ଡମ୍ବରୁ ଧର 
କେହି ନୁହେଁ କେହି ନୁହେଁ 
ସେ ମୋ ବୃଷବେସ୍ୱର 
ସୃଷ୍ଟି ରକ୍ଷା ନିମିତ୍ତେ 
ଯିଏ ପିଇ ଥିଲେ ଜହର 
କେହି ନୁହେଁ କେହି ନୁହେଁ 
ସେ ମୋ ଧବଳେଶ୍ୱର 
ଶାଶୁ ଆଜ୍ଞା ରକ୍ଷା କରି ବୈରାଗୀ ରୁ 
ସାଜିଲେ ବର 
କେହି ନୁହେଁ କେହି ନୁହେଁ 
ସେ ମୋ କାର୍ତ୍ତିକେଶ୍ୱର 









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍