STORYMIRROR

suchismita Sahu

Tragedy

4  

suchismita Sahu

Tragedy

ମୁଁ କିଛି ଲୁଚେଇବିନି ତୁମକୁ

ମୁଁ କିଛି ଲୁଚେଇବିନି ତୁମକୁ

1 min
23

କାଁହୁ ରେ

ଭୂଲ ହୋଇଯାଇଛି ମୋର

କିଛି ଲୁଚେଇବିନି ତୁମକୁ

କ୍ଷମା କରିଦିଅ ବାରେ

ଦୋଷୀ ମଣେ ମୁଁ ନିଜକୁ

ଛୋଟ ଛୋଟ କଥା

ଛୋଟ ଛୋଟ ଭୂଲ

ହୋଇଯାଏ ଯଦି ମୋହରି ଦ୍ୱାରା

କ୍ଷମା କରିଦିଅ ସଦା..ତୁମ୍ଭେ 

ମୋର ଭୂଲ କୁ ପରା

ଜୀବନର ଅନେକ ପର୍ଯ୍ୟାୟ

କଟିଛି ତୁମକୁ ଭରୋସା କରି

କଟି ଯାଏ ଯେତେ ଦୂର୍ଯୋଗ 

ଦେଲେ ତୁମକୁ ସ୍ମରି

କାହିଁ କି କେଜାଣି ଟଳମଳ

 ହୋଇ ଥିଲା ଭରଷା 

ଦୋଷ ନ ଧରିବ ପ୍ରଭୂ ହେ

ବୁଝି ଗଲି ସହସା 

କଷ୍ଟ ର ଭାର ବଢ଼ି ଯାଇଥିଲା 

ଉମୁଡୁ ଥିଲା ଲୁହ ର ବନ୍ୟା

ସେ ବନ୍ୟା ରେ ଭାସି ଯାଉଥିଲା 

ସେବେ ମୋ ଦୁନିଆଁ

ମୋ ଡାକ ହେଉ ନଥିଲା

ତୁମ କର୍ଣ୍ଣ ଗୋଚର

ଯଦି ଶୁଣିବନି ତୁମେ

କିଏ ଅଛି ମୋହର 

ଦିନ ଦିନ ମାଡି ଆସୁ ଥିଲା ବିପତ୍ତି 

କେହିବି ହରାଇ ବସିବ

ନିଜ ସହନ ଶକ୍ତି

ଆଜି ମୁଁ ମୋ ଭୂଲ ମାନୁଛି

ଆଉ ହେବନି ରୁଷ୍ଟ

ଆକସ୍ମାତେ ତୁମେ ହରିଛ

ମୋର ସମସ୍ତ କଷ୍ଟ

ଅଭିମାନ ମାନ ମୋର ବୁଝିବ

ଆହେ ଜଗତ ସାଇଁ 

କୃତାର୍ଥ ହୋଇଛି ପ୍ରଭୁହେ

ତୁମ ଆଶିଷ ଦେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy