STORYMIRROR

suchismita Sahu

Tragedy

3  

suchismita Sahu

Tragedy

ଜାଲ

ଜାଲ

1 min
5

ଥିଲୁ ପରାଧୀନ

 ହୋଇଛୁ ସ୍ୱାଧୀନ

ବିଦେଶୀ ଶାଶନ ଠାରୁ

ଆଜି ବି ସେକଥା ଆମେ

ପ୍ରତି ମୁହୂର୍ତ୍ତ ରେ ସ୍ମରୁ 

ପୁଣି ଛଦ୍ମ ବେଶ ଧାରଣ କରିଛି

ଡାଲାର ରୂପ କୁ ନେଇ

କବଳିତ କରେ ନର ନାରୀଙ୍କୁ

ଦିବା ସୋପ୍ନ ଦେଖାଇ

କମଜୋର କରୁଛି

ମଣିଷ ମନକୁ

ଦେଖାଇ ବିଭିନ୍ନ ଫନ୍ଦି

ବିଚରା ମଣିଷ ବୁଝି ନ ପାରିକି 

ହୁଅଇ ସେଥିରେ ବନ୍ଦୀ

ସଂକୃତି କୁ ଆମ ଆଘାତ କରଇ

ପଛ୍ଚାତ୍ୟ ସଭ୍ୟତା ପଶି

ଛୋଟ ଛୋଟ ବସ୍ତ୍ର

ପରିଧାନ କରି

 ସଭିଏଁ ହୁଅନ୍ତି ଖୁସି

ଅଶୀଳ ଭାଷା ର ପ୍ରୟୋଗ ଚାଲିଛି

ଚାଲିଛି ଗୃହ କଳହ

ନିଜ ନିଜ ଗୋହି ଖୋଳି ଚାଲିଛନ୍ତି

ପୁରୁଣା କଥା କରି ସଂଗ୍ରହ 

ଭବନ୍ତିନି ଥରେ

ଭବିଷ୍ୟତ ଦାୟଦଙ୍କ କଥା

କଣ ସେମାନେ

 ପର ପିଢ଼ି ପାଖେ

ଉଠେଇ ପାରିବେ ମଥା?

କି ଶିକ୍ଷା ଦେବେ ଅବା 

କି ଦେବେ ସଂସ୍କାର

ଅର୍ଥ କଣ ଫେରେଇ ପାରିବ

ପୁରୁଣା ଗୌରବ ଆମ ସଂସ୍କୃତିର ।



Rate this content
Log in

Similar oriya poem from Tragedy