STORYMIRROR

suchismita Sahu

Tragedy

3  

suchismita Sahu

Tragedy

ଜାଲ

ଜାଲ

1 min
15

ଥିଲୁ ପରାଧୀନ

 ହୋଇଛୁ ସ୍ୱାଧୀନ

ବିଦେଶୀ ଶାଶନ ଠାରୁ

ଆଜି ବି ସେକଥା ଆମେ

ପ୍ରତି ମୁହୂର୍ତ୍ତ ରେ ସ୍ମରୁ 

ପୁଣି ଛଦ୍ମ ବେଶ ଧାରଣ କରିଛି

ଡାଲାର ରୂପ କୁ ନେଇ

କବଳିତ କରେ ନର ନାରୀଙ୍କୁ

ଦିବା ସୋପ୍ନ ଦେଖାଇ

କମଜୋର କରୁଛି

ମଣିଷ ମନକୁ

ଦେଖାଇ ବିଭିନ୍ନ ଫନ୍ଦି

ବିଚରା ମଣିଷ ବୁଝି ନ ପାରିକି 

ହୁଅଇ ସେଥିରେ ବନ୍ଦୀ

ସଂକୃତି କୁ ଆମ ଆଘାତ କରଇ

ପଛ୍ଚାତ୍ୟ ସଭ୍ୟତା ପଶି

ଛୋଟ ଛୋଟ ବସ୍ତ୍ର

ପରିଧାନ କରି

 ସଭିଏଁ ହୁଅନ୍ତି ଖୁସି

ଅଶୀଳ ଭାଷା ର ପ୍ରୟୋଗ ଚାଲିଛି

ଚାଲିଛି ଗୃହ କଳହ

ନିଜ ନିଜ ଗୋହି ଖୋଳି ଚାଲିଛନ୍ତି

ପୁରୁଣା କଥା କରି ସଂଗ୍ରହ 

ଭବନ୍ତିନି ଥରେ

ଭବିଷ୍ୟତ ଦାୟଦଙ୍କ କଥା

କଣ ସେମାନେ

 ପର ପିଢ଼ି ପାଖେ

ଉଠେଇ ପାରିବେ ମଥା?

କି ଶିକ୍ଷା ଦେବେ ଅବା 

କି ଦେବେ ସଂସ୍କାର

ଅର୍ଥ କଣ ଫେରେଇ ପାରିବ

ପୁରୁଣା ଗୌରବ ଆମ ସଂସ୍କୃତିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy