STORYMIRROR

suchismita Sahu

Inspirational

3  

suchismita Sahu

Inspirational

ବୟସ ..

ବୟସ ..

1 min
11

ଏନ୍ତୁଳି ଶାଳରୁ

ମଶାଣି ଯାଏ

ଜୀବନ ର ସେହି ପର୍ଯ୍ୟାୟ!

ଦୁଃଖ ସୁଖର ସମାହାରେ ଲେଖା

ସୀମିତି କିଛି ସମୟ!

ବାଲ୍ୟ ଠାରୁ ଶୈଶବ

ଯୌବନ ଠାରୁ ବାର୍ଦ୍ଧକ୍ୟ

ଅସୀମ ପୀଡ଼ାର ସମାହାରେ ଗଢ଼ା

ଏହା ଏକ ମାତ୍ର ବାସ୍ତବ!!

ଠୁକୁ ଠୁକୁ ଚାଲି

ଖନୀ ଖନୀ କଥା

ବାଲ୍ୟ ବେଳର ଚପଳତା

ବାଦ୍ଧକ୍ୟ ବେଳରେ ଶଯ୍ୟାଶାୟୀ ଭାବେ

ଦେହରେ ମନରେ ଥାଏ

ଅସୀମ ବ୍ୟଥା!!

ମଧ୍ୟାନ୍ତର ମଧ୍ୟେ ପେଟ ପାଇଁ କାମ!!

ଅବିରାମ ଭାବେ କଟେ ରାତି ଦିନ!!

ସଂସାର ଜଂଜାଳ

ଜାଳେ ତିଳ ତିଳ!!

ଜୀବନ ଟା ସତେ ମହାକାଳ ଫଳ!!

ପ୍ରଥମ ରୁ ଆରମ୍ଭ

ଶତ ରେ ଶେଷ!!

ଏହା ସୂଚାଏ ଆମ ବୟସ!!

ଅଂକୁରଗମ ମାତା କୋଳରୁ

ବିଶାଳ ବୃକ୍ଷ ସାଜି

ଶୀତଳ ପରଶ, ସୁଶୀତଳ ଛାୟା

ଦେଇ ପ୍ରକାଶଇ ଜଗତେ,

 ସେହି ନିଜ ଗୁଣରାଜି!!

ସୋପ୍ନ ର ମହଲ

ଗଢ଼ଇ ନିଜର

ଭାଙ୍ଗେ ବି ମନକୁ ମନ!!

ଧୀରେ ଧୀରେ ସମୟ ତାଳରେ

ଆସେ କେତେ ନୂଆ ନୂଆ ସୋପାନ!!

ବର୍ତମାନ ଅତୀତ ଭବିଷ୍ୟତ କୁ ନେଇ!!

ସମୟ ତାଳରେ ଖାପଖୁଆଇ

ଧୀରେ ଧୀରେ ବୟଶର ପଥରେ

ଆଗକୁ ବଢ଼ଇ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational