ଅଭାଗିନୀ ପ୍ରେମିକା
ଅଭାଗିନୀ ପ୍ରେମିକା
ଏମିତି ପ୍ରେମିକ ତାର
ହଜାରେ ପ୍ରେମିକା
ରାଣ ଖାଇ କୁହେ ମତେ
ମୁଁ ତାର ନାୟିକା
କେତେ ଫନ୍ଦି ଜଣା ତାକୁ
କେତେ କରେ ବାହାନା
ମାୟା ତାର ତାକୁ ଜଣା
ମୁଁ ଯେ ଜାଣି ପାରେନା
ଭଲ ପାଏ ତାକୁ ବୋଲି
ସବୁ ସହି ଯାଉଛି
ଲୁହ ଜାକି ହସି କୁହେ
ମୁଁ ବି ଭଲ ପାଉଛି
ଜାଣିଛି ମୁଁ ପ୍ରେମ ତାର
ଅଢେଇ ଦିନର
ଭୂଲି ଗଲେ ଭାଙ୍ଗି ଯିବି
ହେବିନି ମୁଁ କାହାର
ଅଭିଶପ୍ତ ହେଉ ପଛେ
ମୋର ବାକି ଜୀବନ
ଚାଲୁଥିଲା ଚାଲୁଥିବ
ତା ପାଇଁ ମୋ ସ୍ପନ୍ଦନ
ଅଯଥାରେ ରାଗିଯାଏ
ଦେଖାଇ ସେ ବାହାନା
ବିନା ଭୁଲରେ କରୁଥାଏ
ମୁଁ..ତାକୁ କ୍ଷମା ପ୍ରାର୍ଥନା
ଡ଼ରଲାଗେ ଭାଙ୍ଗି ଯିବ
ମୋର ସୁନା ସପନ
କରିସାରିଛି ମୁଁ ନିଜକୁ
ତା ପାଖେ ଅର୍ପଣ

