STORYMIRROR

suchismita Sahu

Romance

4  

suchismita Sahu

Romance

ଅଭାଗିନୀ ପ୍ରେମିକା

ଅଭାଗିନୀ ପ୍ରେମିକା

1 min
332

ଏମିତି ପ୍ରେମିକ ତାର

 ହଜାରେ ପ୍ରେମିକା

ରାଣ ଖାଇ କୁହେ ମତେ 

ମୁଁ ତାର ନାୟିକା 

କେତେ ଫନ୍ଦି ଜଣା ତାକୁ

 କେତେ କରେ ବାହାନା 

ମାୟା ତାର ତାକୁ ଜଣା 

ମୁଁ ଯେ ଜାଣି ପାରେନା 

ଭଲ ପାଏ ତାକୁ ବୋଲି 

ସବୁ ସହି ଯାଉଛି 

ଲୁହ ଜାକି ହସି କୁହେ 

ମୁଁ ବି ଭଲ ପାଉଛି 

ଜାଣିଛି ମୁଁ ପ୍ରେମ ତାର 

ଅଢେଇ ଦିନର 

ଭୂଲି ଗଲେ ଭାଙ୍ଗି ଯିବି 

ହେବିନି ମୁଁ କାହାର 

ଅଭିଶପ୍ତ ହେଉ ପଛେ 

ମୋର ବାକି ଜୀବନ 

ଚାଲୁଥିଲା ଚାଲୁଥିବ 

ତା ପାଇଁ ମୋ ସ୍ପନ୍ଦନ 

ଅଯଥାରେ ରାଗିଯାଏ

ଦେଖାଇ ସେ ବାହାନା 

ବିନା ଭୁଲରେ କରୁଥାଏ 

 ମୁଁ..ତାକୁ କ୍ଷମା ପ୍ରାର୍ଥନା 

ଡ଼ରଲାଗେ ଭାଙ୍ଗି ଯିବ 

ମୋର ସୁନା ସପନ 

କରିସାରିଛି ମୁଁ ନିଜକୁ 

ତା ପାଖେ ଅର୍ପଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance