STORYMIRROR

Prafulla Das

Abstract Romance

4  

Prafulla Das

Abstract Romance

ଆଦିମ ଆକର୍ଷଣ

ଆଦିମ ଆକର୍ଷଣ

1 min
301


କାମନାର ବିନାଶ

ଦୁଃଖର ବିନାଶ ମୁଁ ନୁହେଁ ଵୁଦ୍ଧ

ତୁମେ ମୋ ଇଭ ମୁଁ ଆଦାମ୍

ପାଇବାକୁ ନିଷିଦ୍ଧ ତରୁର ଫଳ

ପୁରୁଷ ପ୍ରକୃତି ର ଖେଳ

ପରସ୍ପରକୁ ଯେତେ ପାଇଲେ ବି ଭଲ

ଲୁକ୍କାୟିତ ଆଦିମ ଆକର୍ଷଣ

ପାଇବାକୁ ଆମେ ନିଶ୍ଚିତ ଵ୍ୟାକୁଳ


ପାଶେ ପାଶେ ଘସି ନେସି ହେବାର

ଫୁଲଫୁଟା ମୂହୁର୍ତ୍ତରେ

ଡାହାଣୀ ଆ ଚାହାଣି ରେ

କଂଚା ଦେହର ଲୋଭ

ଖେଳିଵାକୁ ସେ ଆଦିମ ଖେଳ

ଫେରନ୍ତା ଚାହାଣି ରେ ଦେଖେ

କାମନା ରେ ତୃପ୍ତ

ତୁମ ମୁଖ ମଣ୍ଡଳ


ଯେଵେ ଦେଖ

ମଧୁମକ୍ଷୀ ଫୁଲ ର ସମ୍ଭୋଗ

ଅଳି ର ଅଦ୍ଦଳି କଳି ପାଶେ

ଗୁଣୁଗୁଣୁ ଶଦ୍ଦ ଉଚ୍ଚାରଣ

ତୁମେ କର ଅଳି ମନ ଚାହେଁ

କ୍ଷୁଧା ନିବାରଣ

କେବଳ ଆଦିମ ଆକର୍ଷଣ

ସଵୁ ସୁଖ ଚିପୁଡି ନିଗାଡି ଗୋଟେ ପଣ ଭାଵ

ଅଣିନିଶ୍ୱସୀ ଆମେ ଦୁଇ ଜଣ

କେବଳ କେବଳ ଆଦିମ ଆକର୍ଷଣ


ସମୟର ସାଥେ ବହୁଚୋରି ଖେଳ

ଉପଵନ କେବେ ଝରଣା ର କୂଳ

କେବେ କେଵେ ନିଛାଟିଆ ଝାଉଁ ଵଣ

ଦୂରେ ଥାଇ ହାତ ଠାରେ

ଆଦିମ ଆକର୍ଷଣ

ତଟିନୀ ତନ୍ମୟ ତରାଗିଂତ ତନୁମନ

ହୁଅଇ ଉଛନ ସାଗର ମିଳନ

ନ ମାନି ତରଂଗ ପ୍ରଵଦ୍ଧନ

ଲମ୍ଫଇ ନଦୀ ଖୋଲି ତା ବସନ

ବୁଝଇ କେବଳ ଆଦିମ ଆକର୍ଷଣ


ବିଲ୍ଵମଙ୍ଗଳର ବିଶ୍ୱାସ ନେଇ

ବିଷଧର ଆଲିଙ୍ଗନ କରଇ ଵରଣ

ମୃତ୍ୟୁର ନିଶୁଣୀରେ 

ପାରି କରେ ନରକ

ସତ୍ୟର ସମ୍ଭାଷଣ ସକ୍ରେଟିସ୍

ପାନକରେ ବିଷ

ଲଭଇ ମରଣ

କିଏ ମାନୁ କି ନ ମାନୁ

ମୁଁ ଆଉ ତୁମେ

ତଥାପି ଆଦିମ ଆକର୍ଷଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract