STORYMIRROR

Sukanti Mohanty

Abstract

3  

Sukanti Mohanty

Abstract

ଚାପ ଖେଳ

ଚାପ ଖେଳ

1 min
172


ଚାପ ଦେଖି ଯିବ ଗୋ ସହି

ନେରେନ୍ଦ୍ରରେ ଚାପ ଖେଳ ହୁଅଇ

ଚାପ ଦେଖି ଯିବା ଗୋ ସହି।୦

ମଦନ ମୋହନ ମୂରତି

କି ସୁନ୍ଦର ଶୋଭା ପାଆନ୍ତି

ଶ୍ରୀଦେବୀ, ଭୂଦେବୀ ଯାଆନ୍ତି

ମଣି ବିମାନରେ ପ୍ରଭୁ ବିଜେ କରି

ନରେନ୍ଦ୍ର ପୋଖରୀ ଘାଣ୍ଟି ଦିଅନ୍ତି।

ଚାପ୍ ଦେଖି ଯିବା ଗ ସହି।୧।


ପଞ୍ଚ ମହାଦେବ ପଛରେ 

ସୁସଜ୍ଜିତ ବିମାନ ପରେ

ରାମ କୃଷ୍ଣ ସହ ପଞ୍ଚୁ ପାଣ୍ଡବ

ନନ୍ଦା ଚାପେ ବୁଲନ୍ତି ପୋଖରୀ ରେ

ଚାପ ଦେଖି ଯିବା ଗୋ ସହି।୨।


ସଜେଇ ହୋଇଛି ନରେନ୍ଦ୍ର

ଅବା ଭୁବନ କି ସୁରେନ୍ଦ୍ର

ଘଣ୍ଟ କାହାଳିର ନିନାଦରେ ସର

ଉଛୁଳି ପଡ଼ୁଛି ହୋଇ ଆନନ୍ଦ।

ଚାପ ଦେଖି ଯିବା ଗୋ ସହି।୩।


ଆଜ୍ଞା ମାଳା ଆଗରେ ଧରି

ପଣ୍ଡା ପକାଉ ଥାଏ ହୁରି

ଚାପ ଖେଳିବାକୁ ମଦନ ମୋହନ

ମଣି ବିମାନରେ ଯାଆନ୍ତି ଘୁରି।

ଚାପ୍ ଦେଖି ଯିବା ଗୋ ସହି ।୪।


ସୁନାର ଆଲଟ ଚମର

ଦିଶୁ ଥାଏ କି ମନୋହର

ହଳଦୀ ପାଣିରେ ପିଚକାରୀ ମାରି

ବାହୁଡି ଆସନ୍ତି ନିଜ ମନ୍ଦିର

ଚାପ ଦେଖି ଯିବା ଗୋ ସହି।୫।


ସେହି ଅପରୂପ ଶରୀରେ

ନିତି ନିତି ମୁଣ୍ଡିଆ ମାରେ

ଦୟା ବହି ଦୟା କରିଦିଅ ପ୍ରଭୁ

ଶରଣ ପଶୁଛି ତୁମ ପୟରେ।

ଚାପ ଦେଖି ଯିବା ଗୋ ସହି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract