STORYMIRROR

Sukanti Mohanty

Abstract

4  

Sukanti Mohanty

Abstract

ସ୍ମୃତି

ସ୍ମୃତି

1 min
262


ଚା କପ୍ ଟିଏ ପିଇ ଦିଅ ପ୍ରିୟ

   କହିଥିଲି ଅନୁନୟେ

ପିଏନି ମୁଁ ଚା ' ଅଭ୍ୟାସ ମୋ ନାହିଁ

  ଉତ୍ତର ଦେଲ ବିନୟେ।


ଚା' ପିଇ ଦେଲେ ମୁଣ୍ଡ ବିନ୍ଧା ଭଲ

   ହୁଏ, ଶୁଣିଛି କାନରେ

ଉପଦେଶ ଛଳେ ମଧୁରେ କହିଲି

   ରଖିଥିଲି ଯା 'ମନରେ।


ଅମୃତ ବିନୟ ଭାଷା ଠାରୁ ଆଉ

   ଅଛି କି ମଧୁର ଚିଜ

ଯେଉଁ ମଧୁରରେ ଦେହ ମନ ହୃଦ

   ଭଲ ହୁଏ, ତାକୁ ଖୋଜ।


ଆଜି ମନ ପଡେ ସେ ଦିନର କଥା

   ଯାହା ସ୍ମୃତି ହୋଇ ଗଲା

ବିସ୍ମୃତି ଗର୍ଭରେ ହଜି ନାହିଁ ତାହା

    ଚା ' କପେ ରହି ଥିଲା।


ତୁମେ ନାହଁ ଆଜି ମୁଁ ଝୁରୁଛି ଏବେ 

    ଅପାଶୋରା ସେ କାହାଣୀ

ଖୋଜୁଛି ସେଦିନ ଖୋଜୁଛି ସେ ସ୍ମୃତି

     ହୃଦୟ ହେଉଛି ହାଣି।


ଆସ ପ୍ରିୟ ଆସ ତିଆରି କରିଛି

    ମୋ ହାତେ ଲେମ୍ବୁ ରେ ଚା'

ଥରେ ଚାଖି ଦେଲେ ତୁମରି କଣ୍ଠରେ

    କହୁଥିବ ବାହା ବାହା।


ଅପେରା ରାଇଜେ ରହିଛ ହେ ବନ୍ଧୁ

    ଫେରିବାର ନାହିଁ ଆଶା

ସେଇ ଚା ' କପ୍ ମୋ ସାହାରା ଆଜି

     ପୁଣି ସେ ମୋର ଭରସା।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract