STORYMIRROR

Sukanti Mohanty

Abstract

3  

Sukanti Mohanty

Abstract

ତୁମ ପାଇଁ

ତୁମ ପାଇଁ

1 min
163


ତୁମ ପାଇଁ ଆଜି କଲମ ଧରିଛି

ଆଙ୍କିବି ତୁମର ଛବି

ଭାବନା ରେ ବୁଡ଼ି ଭାବୁକ ହୋଇଛି

ହୋଇ ନାହିଁ କେବେ କବି

ତୁମେ କବି ଆକାଶରେ ରବି

କେମିତି ଲେଖିବି କଣ ଲେଖିବି

ଏବେ ମୁଁ ହେଉଛି ଭାବି।୧।


ଲେଖନୀ ଧରିଲେ ଲେଖି ଯାଉଥିଲ

କେତେ କଳ୍ପନାର କଥା

ଇତିହାସ ଆଉ ପୁରାଣ କାହାଣୀ

ସଂସ୍କାର ସଂସ୍କୃତି ପ୍ରଥା ।

ପୁଣି ପ୍ରେମ ପ୍ରତାରଣା ଗାଥା

ତୁମ ଲେଖା ପଢ଼ି ଭାବ ବିହ୍ଵଳରେ

କେତେ ନୋଉଁ ଛନ୍ତି ମଥା।୨।


ମାନସ ମନ୍ଥନେ ପାରଙ୍ଗମ ତୁମେ

ଗୀତା, ଭାଗବତ ତତ୍ତ୍ୱ

ଜଗନ୍ନାଥ, ଶିବ ପୁରାଣ ଶାସ୍ତ୍ରର

ବୁଝିଥିଲ ତା ମହତ୍ତ୍ଵ ।

ତୁମେ ପ୍ରଗଲ୍ଭ ଥିଲ ସେଥିରେ

ସଂସ୍କୃତ ସାହିତ୍ୟ ଓଡ଼ିଆ ସାହିତ୍ୟ

ରଖିଥିଲା ଆୟତ୍ତରେ।୩।


ଠିଆ ହେଲେ ତୁମେ ବୁଲେଟ ଭିତରୁ

ସତେକି ବାହାରେ ଗୁଳି

ଅନର୍ଗଳ ତୁମେ କହି ଚାଲିଥାଅ

ତୁଣ୍ଡେ ବାଜେନି ବାଟୁଳି ।

ତୁମେ ବିନା ପ୍ରସ୍ତୁତିରେ କୁହ

କେଉଁ ଅଂଶ ନେଇ ଜନମି ଥିଲ ହେ

ଥର ଟେ ଉତ୍ତର ଦିଅ।୪।


ତୂଳୀ ଟେ ଧରିଲେ ଆଙ୍କି ଦିଅ ତୁମେ

କେତେ ପ୍ରକାରର ଛବି

ପେଶାଦାର ଭଳି ଜୀବନ୍ତ ଦିଶଇ

ହୃଦୟ ଯାଅ ଇ ସ୍ରବି

ସତେ ଶିଳ୍ପୀ କୁଳର ରବି

ସର୍ବ ଗୁଣ ଅଧିକାରୀ ପାଇଁସଦା

ମୁଁ ଗର୍ବ କରୁଥିବି।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract