STORYMIRROR

Sukanti Mohanty

Abstract Children Stories

3  

Sukanti Mohanty

Abstract Children Stories

ମୁଁ ପ୍ରକୃତି କୋଳର ଶିଶୁ ପ୍ରକୃ

ମୁଁ ପ୍ରକୃତି କୋଳର ଶିଶୁ ପ୍ରକୃ

1 min
169

ମୁଁ ପ୍ରକୃତି କୋଳର ଶିଶୁ 


ପ୍ରକୃତି କୋଳରେ ଜନମ ନେଇଛି

ମୁଁ ପ୍ରକୃତି କୋଳର ଶିଶୁ 

ରକ୍ତ ହାଡ ମାଂସ ଏଇଠୁ ପାଇଛି

ପ୍ରକୃତି କୋଳରେ ମିଶୁ

ମୁଁ ପ୍ରକୃତି କୋଳର ଶିଶୁ।୧।

କନ୍ କନ୍ ମୋର କଅଁଳ ଶରୀର 

ଛନ୍ ଛନ୍ ମୋର ମନ

ଦେଶ ଭବିଷ୍ୟତ, ଜାତି ଭବିଷ୍ୟତ

ନିଜକୁ ମଣଇ ଧନ୍ୟ।

ଛନ୍ ଛନ୍ ମୋର ମନ ।୩।

ଟିକି ମନେ ମୋର ସହସ୍ର ଆଶଙ୍କା 

ସହସ୍ର ଆଶାକୁ ଧରି 

ବଡ ହୋଇ ଦିନେ ଟେକ ମୁଁ ରଖିବି

ଦେଶ ସେବା ଯିବି କରି।୪।

ଛୋଟ ବୋଲି ମୋତେ ମଣନି ମନରେ

ବଡ଼ ହେବି ନିଶ୍ଚେ ଦିନେ

ଗଉରବ ଗାଥା ମନ ମଧ୍ୟେ ଆଣି

ଗାଈ ଯିବି କାନେ କାନେ।

ବଡ଼ ହେବି ନିଶ୍ଚେ ଦିନେ।୫।

ଆକାଶେ ଉଡ଼ିବି ଜଳରେ ବୁଡିବି

 ସଇନ ସଙ୍ଗରେ ଲଢି, 

ଦେଶ ଜାତି ପାଇଁ ପ୍ରାଣ ବଳି ଦେଇ

ଆଗକୁ ଯିବି ମୁଁ ବଢ଼ି।

ସଇନ ସଙ୍ଗରେ ଲଢି ।୬।

ଯନ୍ତ୍ରୀ ହେବି ମୁଁ ମନ୍ତ୍ରୀ ହେବି ମୁଁ

ମୁଁ ବୈଜ୍ଞାନିକ ହେବି

ନୂଆ ଉଦ୍ଭାବନ କରିବାରେ ମନ

ଆବିଷ୍କାର ବି କରିବି।

ମୁଁ ବୈଜ୍ଞାନିକ ହେବି।୭।

ସରଗ ସୁନ୍ଦର କରିବି ମୋ ଦେଶ

ପାରିଜାତ ଦେବି ତୋଳି

ଖଣି ଖାଦାନରେ ଭରି ଦେବି ଏଠି

ଶତ୍ରୁ ଦେଖି ଯିବେ ଜଳି।

ପାରିଜାତ ଦେବି ତୋଳି।୮।

ପ୍ରକୃତି ସାଙ୍ଗରେ ଭାବ ମୁଁ ବହିବି

ମୁଁ ପ୍ରକୃତି କୋଳର ଶିଶୁ

ଏ ପାଣି ପବନେ ପରିପୃଷ୍ଟ ଦେହ

ଏଇଠି ଜୀବନ ମିଶୁ

ମୁଁ ପ୍ରକୃତି କୋଳର ଶିଶୁ।୯।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract