STORYMIRROR

Sukanti Mohanty

Inspirational

4  

Sukanti Mohanty

Inspirational

ତିନି ସତର୍କ

ତିନି ସତର୍କ

1 min
344

     

କହୁଛି କେତୋଟି ହିତ କଥା ବନ୍ଧୁ

   ଶୁଣ ତାକୁ ମନ ଦେଇ

କାନରେ ଶୁଣିବ ମନରେ ଗୁଣିବ 

   ପାଇବ ଫଳ ରେ ଭାଇ।୧।


ସମୟ, ଗ୍ରାହକ ,ମୃତ୍ୟୁ ,ଏ ତିନିହେଁ

    ଅପେକ୍ଷା କରନ୍ତି ନାହିଁ

ବାପା, ମାଆ, ଯ ଉ ବନ ଥରେ ଗଲେ

    ଆଉ କି ମିଳି ପାର ଇ।୨।


ଧନ, ଭୋଜନ, ପତ୍ନୀ,ତିନିହେଁ

     ପରଦା ଭିତରେ ରଖ

କୁସଙ୍ଗ, ସ୍ବାର୍ଥ, ନିନ୍ଦା ଠାରୁ ଦୂରେ

    ରହିବା ବନ୍ଧୁ ହେ ଶିଖ।୩।


ନିଜ ଆୟତରେ ରଖ ତିନି କଥା

    କାମ, ମନ ଆଉ ଲୋଭ

ବିଦ୍ୟା, ପରିଶ୍ରମ, ଇଶ୍ଵର ଭାବନା

   ମନ ଲଗାଇଲେ ଲାଭ।୪।


ଋଣ, ରୋଗ ଆଉ ଦାୟିତ୍ଵର କଥା

   କେବେ ହେଁ ମନୁ ନ ଭୁଲ

ବାଳକ, ଭିକାରୀ, ପାଗଳ ଲୋକକୁ

    ଦୟାରେ କରିବ ଗେଲ।୫।


ବାପା,ମାଆ, ଗୁରୁ, ନମସ୍ୟ ଅଟନ୍ତି

    ସଦା ସମ୍ମାନ କରିବୁ 

ତେବେ ସିନା ବନ୍ଧୁ ଜଗତ ଜିତିବୁ

   ଭବୁ ପାର ତୁ ହୋଇବୁ ।୬।


ତିନି ତିନି କଥା କହିଲି ବନ୍ଧୁ ହେ

    ରଖିଥିବ ତାକୁ ମନେ

ସଫଳ ଜୀବନ ପାଇବୁ ରେ ଧନ 

   କାମ ଦେବ ନିଶ୍ଚେ ଦିନେ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational