ଟିକି ଝରଣା
ଟିକି ଝରଣା
ଯଦି କ୍ଷୀଣ ଝରଣା
ସାଗରେ ଯାଏ ମିଶି
ତୁମ ତନୁ ସାଗରେ
ପାରେନା କି ମୁଁ ମିଶି।
ନୀଳ କଇଁ ହସିଲେ
ଚାନ୍ଦ କିବା ହସେନା
ସକାଳର ସୂରୁଯ
ଦିଏ ମନେ ବେଦନା
ଝୁରି ଝୁରି ସରିଯାଏ
ସରସୀରେ ଦିବା ନିଶି
ତୁମ ତନୁ ସାଗରେ
ପାରେନା କି ମୁଁ ମିଶି।
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ,
ବାଲେଶ୍ୱର ।
