ପ୍ରେମ ଓ ପ୍ରୀତି
ପ୍ରେମ ଓ ପ୍ରୀତି
ଏଇ ଶୁଭ ଲଗନରେ,
ଆମ ମନ ମିଳନରେ
ଦେଖ ଜହ୍ନଲୁଚି ଛପି ଦେଖୁଛି
ହସ ଖୁସିର ବିପଣି
ସତେ ମନ ନିଏ କିଣି
ପ୍ରେମେ ହଜିଯିବା ପରି ଲାଗୁଛି ।0।
ସ୍ମୃତିର ଝରା ଶେଫାଳି
ଜାଳିଛି ଶତ ଦୀପାଳି
ଭରିଛି ଆଲୁଏ ମନ ଅଗଣା
ଆଗେଇବା ଦୁହେଁ ମିଳି
ଦୁଃଖେ ନ ଯିବା ଝାଉଁଳି
ସପନକୁ କରି ମନ ଗହଣା
ଖିଲି ଖିଲି ହସ ଦେଖି
କେହି ନ ପକାଏ ଆଖି
ଶୁଣ ଶୁଭ ସାହାନାଇ ବାଜୁଛି ।1।
ଜହ୍ନ ଲୁଚି ଛପି ଦେଖୁଛି
ନବ ବଧୁ ବେଶ ସାଜି
ନିକୁଞ୍ଜେ ଯିବା ଆଉଜି
ମଥାରେ ଟାଣି ହାତେ ଓଢଣା
ମୋ ପ୍ରୀତିର ଲାଲିମାରେ
ଲାଲି ନେଳି କୁଂକୁମରେ
ଦିଶୁଛ ହେ ତୁମେ ଚନ୍ଦ୍ର ବଦନା
ଉପହାର ଦେଲି ମନ
ବାନ୍ଧିବ କରି ଯତନ
ଶୀତଳ ଜୋଛନା ଦେଖ ଝରୁଛି
ଜହ୍ନ ଲୁଚି ଛପି ଦେଖୁଛି ।2।
କଲ୍ୟାଣୀ ନନ୍ଦ
ଫକୀର ମୋହନ
କଲେଜ ରୋଡ଼
