ଲୁହରେ ଲେଖିଛି ଦୁଃଖ
ଲୁହରେ ଲେଖିଛି ଦୁଃଖ
1 min
13.5K
ଭାବଗ୍ରାହୀ ଭାବ ବୁଝି
ପଢ଼ିବୁ ମୋ ପତର
ଲୁହରେ ଲେଖଛି ଦୁଃଖ
ଲୁହେ ଭିଜା ଅକ୍ଷର
ଭାବଗ୍ରାହୀ.......
ମୋ କରମ ମୋ ଧରମ
ସବୁ ତୋତେ ଜଣା
ମାୟାଭରା ଆଖିରେ ମୁଁ
ହୁଏ ବାଟ ବନା
ଯାହାକୁ ଯାହା ଦେଉଛ
ଦାତା ପଣ ଦେଖାଉଛ
ମୋ ପାଇଁ ହେଲ ସାତପର
ଭବଗ୍ରାହୀ........
ଏତେ ବଡ ଦୁନିଆରେ
ସାହା କେହି ନାହିଁରେ
ଏ ଅନ୍ଧାର କୁହୁଡ଼ିରେ
ପ୍ରାଣ ପକ୍ଷୀ ନିତି ଝୁରେ
ମନ ତ ଜମା ବୁଝୁନି
ଆଗକୁ ପାଦ ପଡୁନି
ରତ୍ନ ବେଦୀରୁ ଓହ୍ଲାଇ
ପୋଛି ଦିଅ ଲୁହ ଧାର। ।2।
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର।
