ତୁମେତ ଅଜେୟ
ତୁମେତ ଅଜେୟ
ତୁମେତ ଅଜେୟ
ତୁମେତ ଅକ୍ଷୟ
ଝୁରୁଛି ଭାରତ ଭୂଇଁ
ଆସ ନବ ଜନ୍ମ ନେଇ,,,,,,।0।
ଉଣେଇଶ ଚବିଶି ଡିସେମ୍ବର ପଚିଶି
ଏ ଧରାରେ ଜନ୍ମ ନେଲ
ଦୁଇ ହଜାର ଅଠର ଅଗଷ୍ଟ ଷୋହଳ
ମହାତ୍ମା ବିଦାୟ ନେଲ
ସ୍ବାଧୀନତା ପାଳନ
କାଳେ ହେବ କ୍ଷୁର୍ଣ୍ଣ
ତାପରଦିନ,,,ଚିର ନିଦ୍ରାରେ ଗଲ ଶୋଇ,,,,,
ଆସ ନବ ଜନ୍ମ ନେଇ,,,,,,,।1।
ମିଠା ଭାଷଣରେ କବିତା ଛଳରେ
ଶତ୍ରୁ ମନ କିଣୁଥିଲ
ଆପଣା ପଣରେ ବିରୋଧି ଜନରେ
ଅଜାତଶତ୍ରୁତ ଥିଲ
ଥିଲ ସ୍ୱାଭିମାନି
ହୋଇ ମହାଜ୍ଞ।ନି
ବୁହାଇଲ ମମତା ନଈ
ଝୁରୁଛି ଭାରତ ଭୂଇଁ,,,,,,।2।
ନିଜ କଥା ଭୁଲି ଆନ ଦୁଃଖେ ଗୋଳି
ହୋଇଲ ବିଶ୍ ନାୟକ
ଗରିବ ଆଖିରୁ ପୋଛି ଲୁହଧାର
ସାଜିଲ ଜନନାୟକ
ସ୍ଵର୍ଣ ଚତୁର୍ଭୁଜ ଗ୍ରାମସଡ଼କଯୋଜନା
ତୁମ ମହାର୍ଘ୍ୟ କିରତୀଗାଇ
ଝୁରୁଛି ଭାରତ ଭୂଇଁ,,,,।3।
ରାଷ୍ଟ୍ର ଭକ୍ତି ଭାବନା ଜନସେବା ପ୍ରେରଣା
କରିଲ ପ୍ରଧାନ ବ୍ରତ
ଜୟ ପରାଜୟର ଭାବ ଚେତନାର
ଥିଲ ଉର୍ଧ୍ବରେ ସତତ
ଆହେ ଯୁଗସ୍ରଷ୍ଟା
ନବ ସ୍ବପ୍ନ ଦ୍ରଷ୍ଟା
ଏ ଦେଶ ଟିକିଏ ଋଣ ଶୁଝିଛି
ଭାରତ ରତ୍ନ ଉପାଧି ଦେଇ,,,
ଆସ ନବ ଜନ୍ମ ନେଇ,,,,।4।
ହୃଦୟ ଅର୍ଘ୍ୟ ଢାଳି
ଏଇ ଦେଶ କଥା ଭାଳି
ରଖି ଲ ମହା ଆଦର୍ଶ
ମୋ ଭାରତ ବର୍ଷ ତୁମ ଭାବନାରେ
ଏକ ଭୂଖଣ୍ଡ ନୁହେଁ
ଏଯେ ଜୀବନ୍ତ ରାଷ୍ଟ୍ର ପୁରୁଷ
ହେ ଅମଳିନ ଜ୍ୟୋତି
ବାଢ଼ୁଛୁ ପ୍ରଣତି
ତୁମରି ଚରଣ ଛୁଇଁ ,,,,
ଆସ ନବ ଜନ୍ମ ନେଇ
ଝୁରୁଛି ଭାରତ ଭୂଇଁ,,,,,,।5।
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
