ଭୁଲଟିଏ କଲି (ଦୁଇ)
ଭୁଲଟିଏ କଲି (ଦୁଇ)
ଭୁଲଟିଏ କଲି ,,,,,ଦୁଇ,,,
ପ୍ରୀତିରେ ନ ଭାସି ତାଙ୍କୁ ନ ଭରସି
ନ ବୁଝିଲି ତାଙ୍କ ଦୁଃଖ
କେଣେ ଯାଇଥିଲେ କେମନ୍ତେ ଅଇଲେ
ମନରେ ଅଛିତ ସୁଖ
ପଣତ କାନିରେ
ଶ୍ରୀମୁଖ ନ ପୋଛି
ନିଜ ଦୁଃଖ ବଖାଣିଲି,,,,।0।
କେମିତି ଗୋ ଅଛ କି ଅବା ଭାବୁଛ
କିଛି ନ ପଚାରି ଥରେ
ଯେତେ କାମେ ଗଲ ସବୁ ହେଲା ଭଲ
ଫେରିଛତ କୁଶଳରେ
ଦୁଃଖେ ଦହେ ମନ
ହେଲା ମତିଭ୍ରମ
ତାଙ୍କ ମନେ ବାଧା ଦେଲି। ,,,
କେଡେ ଭୁଲଟିଏ କଲି,,,,,,।1।
ବୁଝି ନ ପଚାରି
ମନେ ନ ବିଚାରି
ସତ ଖୋଲି କହିଦେଲି
କେଡେ ଭୁଲଟିଏ କଲି
Xxxxxxxxxxxxx କଲ୍ୟାଣୀ ନନ୍ଦ
ଫକୀରମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
