ରଜନୀଗନ୍ଧା
ରଜନୀଗନ୍ଧା
1 min
13.4K
ରଜନୀଗନ୍ଧା ମୁଁ ମୋ ମହକେ ତୁମେ
କିଆଁ ବିକଶିତ ହେଲ
ସପନ ଶେଯରେ ପ୍ରେମ ପୁଲକରେ
ମୋତେ ଆନମନା କଲ ।0।
ସତେ କି ଧରଣୀ ନୀତି ରାଣ ଦେଇ
ଚୁପି ଚୁପି କାନେ କହେ
ସୁକୋମଳ ଛନ୍ଦେ ସୁମଧୁର ଗନ୍ଧେ
ସୁଶୋଭିତ ହୋଇ ଶୋହେ
ଆପଣାର କରି
ଦେଲ ଦୁରକରି
ସ୍ମୃତିରୁ ପାଶୋରି ଦେଲ
ମୋତେ ଆନମନା କଲ ।1।
ନିଶି ଗନ୍ଧା ମୁଁ ଯେ ନିଶିଥେ ବିକଶି
ଜହ୍ନକୁ କଣେଇ ଚାହେଁ
ଚନ୍ଦ୍ରମା ଶୀତଳ ଜୋଛନାରେ ମୁଁ ଯେ
ନବ ବଧୁ ସାଜି ରହେ
ସମୟ ଢେଉରେ
ଉଜାଣି ସୁଅରେ
ଅଭିଶପ୍ତା କରିଦେଲ
ମୋତେ ଆନମନା କଲ ।2।
କଲ୍ୟାଣୀ ନନ୍ଦ
ଫକୀରମୋହନ କଲେଜ ରୋଡ,ବାଲେଶ୍ଵର ।
