STORYMIRROR

Kalyani Nanda

Inspirational

2  

Kalyani Nanda

Inspirational

ବଡ ବନ୍ଧୁ

ବଡ ବନ୍ଧୁ

1 min
13.2K



ବଡ ବନ୍ଧୁ ହୋଇ ହେ ଜଗତ ସାଇଁ

ସଦା ମୋ ଅନ୍ତରେ ଥାଅ

ମିଛ ମାୟା ମେଲେ ଡାକୁଛି ବିକଳେ

କାୟା ପାଶେ ଛାୟା ହୁଅ ।


ତୁମ ଶ୍ରୀଅଙ୍ଗରେ ପରାଶ ଲାଗିଲେ


ମୋ ଅଙ୍ଗେ ପରାଶ ହୁଏ

ତୁମ ନୟନ ରୁ ମୋ ଦୁଃଖ ସୁଖ

ଆପେ ଆପେ ଜାଣିଯାଏ

ଭକତ ସୁଦାମା

ଭାବ ନାହିଁ ଜମା

ଆଡେଇ ଆଡେଇ ରୁହ ।

ସଦା ମୋ ଅନ୍ତରେ ଥାଅ ,,,,,,,

ଯାହା ତୁମେ ଭାବ ମୋ ପାଇଁ ଅଭାବ

ଆହେ ପ୍ରଭୁ ଚକ୍ରଧାରୀ

ହାତେ ସୁଦର୍ଶନ ଆହେ ନାରାୟଣ

ଛଳିଆ ବ୍ରଜ ବିହାରୀ

ଛଳ କଲେ ତୁମେ

ବାଧିବ ମରମେ

କେମିତି ସହିବି କୁହ ।

ସଦା ମୋ ଅନ୍ତରେ ଥାଅ


Kalyani Nanda,f.m. college road.



Rate this content
Log in

Similar oriya poem from Inspirational