ତମସା ତୀରେ
ତମସା ତୀରେ


ଧନ୍ୟଲୋ ତଟିନୀ ତମସା
ତୁହି ସୁର ନନ୍ଦିନୀ
ଆଶ୍ରମ ଥାପିଲେ ତୋ ତୀରେ
ବାଲ୍ମିକୀ ମହାମୁନୀ l
ତୋ ତୀରେ ମହର୍ଷି ଦେଖିଲେ
ଯେବେ କ୍ରୋୖଞ୍ଚ ମିଥୁନ
ବିଦ୍ଧ କଲା କାହୁଁ ଆସିଣ
ଏକ ବାଣ ଦାରୁଣ l
ଚମକି ଚାହାଁନ୍ତି ପୁରାଣ ମୁନୀ
ପାଶେ ନିଷାଦ
ମନେ ଘୋଟିଗଲା ମୁନୀଙ୍କ
ଘୋର ଶୋକ ବିଷାଦ l
ଶୋକୋତ୍ସ୍ୱାସେ ମୁନି ନିଷାଦେ
ଦେଲେ ଅଭିସମ୍ପାତ
ଆଦି ଶ୍ଳୋକ ନାମେ ହୋଇଲା
ତାହା ସଂସାରେ ଖ୍ୟାତ l
ଲକ୍ଷ୍ମଣ ତୋ ତୀରେ ଵିସର୍ଜି
ଗଲେ ମାତା ଜାନକୀ
ପୁତ୍ରୀ ପ୍ରାୟେ ତାଙ୍କୁ ପାଳିଲେ
ମହାମୁନୀ ବାଲ୍ମିକୀ l
କାଳେ ଜନ୍ମ ହେଲେ ମାତାଙ୍କ
ଦୁଇ ଯମଜ ସୂତ
ରାମାୟଣ ଗାନ ଶିଖିଲେ
ମହାମୁନୀ ଲିଖିତ l
ରାମାୟଣ ଗାଇ ଅଯୋଧ୍ୟା
>
ନଗ୍ର ଯଜ୍ଞ ସ୍ଥଳୀରେ
ରାମ ସୀତା ପୁନର୍ମିଳନ
ଲବ କୁଶ ସାଥିରେ l
ଚିତ୍ରକୁଟ ଘାଟ ତଟରେ
ତୁଳସୀଙ୍କ ଚନ୍ଦନ
ତିଳକ ଘେନିଲେ ସାଦରେ
ବେନି ରଘୁ ନନ୍ଦନ l
ଭରତ ଘେନିଲେ ପାଦୁକା
ଆସି ତୋହର ତୀରେ
ଚଉଦ ବରଷ ପୂଜିଲେ
ଥାପି ନନ୍ଦି ଗ୍ରାମରେ l
ରାମମୟ ତୋର ଗାତ୍ରଲୋ
ରାମାୟଣ ଜନନୀ
ଉଦାତ୍ତେ ତୁଳସୀ ବାଲ୍ମିକୀ
ବନ୍ଦିଲେ ତୋତେ ବେନି l
ତବ ଦରଶନେ ପୁରିଲା
ବାଂଛିତ ଆଶା ମୋର
ମନରଙ୍କା ଛଡ଼ାଇବିଲୋ
ଗ୍ରାସି ବାରି ତୋହର l
ରାମଗାତ୍ରୀ ମାଆ କରୁଣା
ଟିକେ କରିବୁ ମୋତେ
ରାମ,ସୀତା,ଭ୍ରତ,ଲକ୍ଷ୍ମଣ
ଥାନ୍ତୁ ମୋ ନେତ୍ରପଥେ l
ଜୟ ସୀତା ରାମ ଲକ୍ଷ୍ମଣ
ଜୟ ରଘୁ ନାୟକ
ଅଜ୍ଞାନ ତିମିର ନାଶ ମୋ
ଧରି ତୁମ୍ଭ ସାୟକ l