କରୁଣାର ଗନ୍ତାଘର
କରୁଣାର ଗନ୍ତାଘର
କରୁଣାର ଗନ୍ତାଘର ଦୟାର ସାଗର
କୃପା ନେତ୍ରେ ଚାହଁ ଯାରେ ଉଦେ ଭାଗ୍ୟ ତାର ।
କୃପା ସଦା ଥିବ ତୁମ ଏ ଅଧମ ଉପର । ।
କରୁଣାର ଗନ୍ତାଘର II୧II
ତୁମ ଚରଣ ରଜକୁ କିଏ ହେବ ସରି
ଅନୁଭବି ସିନା ଏକା ସେ ଗୌତମ ନାରୀ ।
କୃପା କେମିତି କରନ୍ତି ଶରଣାଗତିର
ବିଭିଷଣ ଏକା ଜାଣେ ମହିମା ତାଙ୍କର ।
ସୁଦାମା ଜାଣେ ପ୍ରଭୁଙ୍କ ମିତ୍ରତା ପ୍ରେମର I
କରୁଣାର ଗନ୍ତାଘର II9II
ପତିତପାବନ ନାମ ବହୁଛ ଶ୍ରୀହରୀ
ଜଟାୟୁ ଜାଣଇ ସିନା ମହିମା ତୁମ୍ଭରୀ ।
ସଖା ଭାବ ଜାଣେ ସିନା କୁନ୍ତିର ତନୟ
ଦୁଃଖିଦୁଃଖ କାହାଣୀରେ ବଳି ମହାରାୟ ।
ନିରାଧାରାର
ଆଧାର ଦ୍ରୁପଦ ଦୁଲାଲୀର ।
କରୁଣାର ଗନ୍ତାଘର II ୩ ।।
ଭକତ ହୃଦର ଭାବେ ଭୁଖା ଯିଏ ଏତେ
ବିଦୁର ସୁଦାମା ପୁଣି ଶବରୀ ସହିତେ ।
କ୍ଷମାଶିଳ ଗୁଣେ ଯିଏ ପୃଥିବୀଠୁ ଗରୁ
ନାମ ବହି ଅଛ ଯେ ଅଚଳ ମହାମେରୁ ।
ଗତିଦାତା ଅଟନ୍ତି ଯେ ସେହି ପୁତୁନାର ।
କରୁଣାର ଗନ୍ତାଘର II ୪।।
ଯୁଗେ ଯୁଗେ ଭକ୍ତ ପାଇଁ ହୁଅ ଅବତୀର୍ଣ୍ଣ
କେତେ ଖେଳା ଲୀଳା କର ହେ ମନମୋହନ ।
କାରେ ଗତିମୁକ୍ତି ପୁଣି କାହାରେ ଶରଣ
ଅଗତିର ଗତିମୁକ୍ତି ତୁମ୍ଭେ ନାରାୟଣ ।
କୃପା ଦୃଷ୍ଟି ପଡୁଥରେ ଅଧମ ଉପର ।
କରୁଣାର ଗନ୍ତାଘର II ୫ । ।