STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଗୋବିନ୍ଦ ନାମରେ ପ୍ରୀତି

ଗୋବିନ୍ଦ ନାମରେ ପ୍ରୀତି

1 min
196

ଗୋବିନ୍ଦ ଗୋବିନ୍ଦ  ମୋ ହୃଦେ ଏ ପଦ

  ଜାଗ୍ରତ ହେଉ ଗୋବିନ୍ଦ 

ଗୋବିନ୍ଦ ନାମରେ  ସୁଧା ପୀୟୂଷରେ

  ସଦା ସ୍ରବେ ମକରନ୍ଦ ।୧।


ଗୋବିନ୍ଦ ଗୋପାଳ  ହେ ନନ୍ଦ ଦୁଲାଳ

  ପୁଳକିତ ହେଉ ପ୍ରାଣ 

ଆନନ୍ଦେ ମଗନ  ହେବି ବିମୋହନ

  ଗୋବିନ୍ଦ ନାମ ରଟିଣ ।୨।


ଗୋବିନ୍ଦ ନାମକୁ  ସେ ଚିତ୍ତ ଚୋରକୁ

   ଅହର୍ନିଶି ଦିବାରାତି 

ଗୋବିନ୍ଦ ମୋହର୍ତ୍ତା  ଗୋବିନ୍ଦ ମୋ କର୍ତ୍ତା

   ଗୋବିନ୍ଦ ମୋ ଗତିମୁକ୍ତି । ୩।


ଗୋବିନ୍ଦ ନାମରେ  କି ରସ ଭରିଛ

   ଖୋଲି କହ ମହାବାହୁ 

ଗୋବିନ୍ଦ ଗୋବିନ୍ଦ  ଆହେ ଆଦିକନ୍ଦ

  ଏହି ନାମ ତୁଣ୍ଡେ ଥାଉ ।୪।


ଗୋବିନ୍ଦ ନାମରେ  ମିଷ୍ଟତା ପ୍ରଚୁରେ

   ପୁରାଇ ରଖିଛ ହରି 

 ମିଷ୍ଟତା ଲାଳସେ  ଧାଇଁ ଯାଏ ପାଶେ

   ଲଭେ ଶାନ୍ତି ସ୍ଵାଦ ଭରି । ୫।


ଇଚ୍ଛା ମରିଯାଏ  ପ୍ରେମ ଯାତ ହୁଏ

   ବଢଇ ନାମରେ ପ୍ରୀତି 

ସେ ନାମକୁ ଥରେ  ଯିଏ ପାନ କରେ

   ଭୁଲିଯାଏ ଭବଭ୍ରାନ୍ତି ।୬।


ସଦା ସେ ନାମରେ  ବୁଡାଅ ପ୍ରେମରେ

  ଗୋବିନ୍ଦ ବାଳ ଗୋପାଳ 

ଅନନ୍ତ କେଶବ   ଅଚ୍ୟୁତ ମାଧବ

   ହେ ପ୍ରଭୁ ନନ୍ଦ ଦୁଲାଳ ।୭।


ଜିହ୍ଵାରେ ମୋ ରତ  ନିତ୍ୟ ଅବିରତ

  ଗୋବିନ୍ଦ ଗୋପାଳ ନାମ 

ସଦା କୃପା ଥାଉ   ଆହେ ମହାବାହୁ

  ଏତିକି ମୋ ନିବେଦନ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational