Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ମୋ କାହାଣୀ

ମୋ କାହାଣୀ

1 min
170


କୃଷ୍ଣ ମୋ ଜୀବନ କୃଷ୍ଣ ମୋ ସ୍ପନ୍ଦନ

    କୃଷ୍ଣ ମୋ ହୃଦୟହାର,

କୃଷ୍ଣ ମୋ ନୟନ କୃଷ୍ଣମୋ ଅଞନ

    କୃଷ୍ଣ ଗଣ୍ଠିଧନ ମୋର ।


କୃଷ୍ଣ ମୋର ଗତି କୃଷ୍ଣ ମୋର ମୁକ୍ତି

    କୃଷ୍ଣ ମୋ ତପସ୍ୟା ବଳ, 

କୃଷ୍ଣ ମୋ ଜନମ କୃଷ୍ଣ ମୋ କରମ

   କୃଷ୍ଣ ମୋ ମୁକ୍ତିର ଫଳ ।


କୃଷ୍ଣ ମୋ ନିଶ୍ୱାସ କୃଷ୍ଣ ମୋ ପ୍ରଶ୍ଵାସ

     କୃଷ୍ଣ ମୋର ଦିବାରାତ୍ରି,

କୃଷ୍ଣ ମୋର ଘର କୃଷ୍ଣ ମୋ ଦୁଆର

   କୃଷ୍ଣ ନାମେ ମୋର ପ୍ରିତୀ ।


କୃଷ୍ଣ ମୋର ସ୍ମୃତି କୃଷ୍ଣ ମୋ ବିସ୍ମୃତି

    କୃଷ୍ଣ ନାମ ଏକା ମୋର,

କୃଷ୍ଣ ମୋର ତୀର୍ଥ କୃଷ୍ଣମୋର ବ୍ରତ

    କୃଷ୍ଣ ମୋ ମୁକ୍ତିର ଦ୍ଵାର ।


କୃଷ୍ଣ ମୋର ଆତ୍ମା କୃଷ୍ଣ ପରମାତ୍ମା

    କୃଷ୍ଣ ଜନ୍ମ ମୃତ୍ୟୁ ସାଥି,

କୃଷ୍ଣ ମୋର ଆଶା କୃଷ୍ଣ ମୋ ଭରଷା

   କୃଷ୍ଣ ନାମ ଶେଷ ସାଥି ।


ରାଧା-କୃଷ୍ଣ ମୋର କବିତା ନିର୍ଝର

    ତାଙ୍କ ପାଇଁ ସିନା କବି,

ମୁଁ ଛାର ମାତର କାହିଁ ଜ୍ଞାନ ମୋର

   ଲେଖେ ତାଙ୍କ ପାଦ ସେବି ।


Rate this content
Log in

Similar oriya poem from Inspirational