STORYMIRROR

Reeta aparajeeta Mohanty

Inspirational

4  

Reeta aparajeeta Mohanty

Inspirational

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

ମୋ ଭାଇ ହାତେ ବାନ୍ଧିବି ରାକ୍ଷୀ

1 min
243


ଆସିଛି ରାକ୍ଷୀ ନେଇ ଖୁସିର ସମ୍ଭlର 

ଜଗା ବଳିଆ ପରି ଦୁଇ ଭାଇ 

ମୋର ମୁଁ ଯେ ସୁଭଦ୍ରା ଭଉଣୀ।

ରାକ୍ଷୀ ବାନ୍ଧିବି ଭାବ

ସ୍ନେହରେ .....।

ଚାଉଳ ଦୁବ ,ବରକୋଳି ସିନ୍ଧୁର

ରାକ୍ଷୀ ମିଠା ସହ ଦୀପ 

ଦେବି ବୁଲାଇ 

ମୋ ସାନ ଭାଇକୁ ପାଟିରେ ଖୁଆଇବି ମିଠା

ପ୍ରଭୁ ରଖନ୍ତୁ ତାଙ୍କ ଛତ୍ରଛାୟା ତଳେ।

ନନାଙ୍କ ରାକ୍ଷୀ ଦେବି ପଠାଇ

ଡାକରେ ......।

ଏତେ ଦୂର ଯାଇ ହେବନି

ତେଣୁ ରାକ୍ଷୀ ରେ ରଖି ମନ 

ପଠେଇଦେଲି ନନା

ମନେକରି ବାନ୍ଧିବ ଜଗନ୍ନାଥ ସବୁ

ଭଲ କରିବେ .....।

ଏ ପର୍ଵ ଉତ୍କଳିୟଙ୍କର 

ସ୍ନେହ ଏ ପର୍ବକୁ

ମୁଁ ରହିଥାଏ ଅନେଇ।

ଜଗନ୍ନାଥ ବଳଭଦ୍ର ତାଙ୍କ ଗେହ୍ଲା

ଭଉଣୀର ହାତ କେବେ ଛାଡ଼ନ୍ତି ନାହିଁ।

ସେହିପରି ମୋ ଦୁଇ ଭାଇ

ଏ ଜନ୍ମ ପରି ଆର ଜନମ ରେ

ମୁଁ ହୁଅନ୍ତି କି ତୁମ ସୁନା ଭଉଣୀ

ଏହିପରି ମା ବାପା ବି ପାଆନ୍ତି

ଯେ ପୁଅ ଝିଅର ଫରକ ଦେଖନ୍ତି ନାହିଁ।

ପ୍ରଭୁ ଜଗନ୍ନାଥ ତୁମପାଦ ତଳେ

 ତୁମ ଦୟା ସଦା ରଖିଥାଅ

ସଂସାର ହିତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational