STORYMIRROR

Reeta aparajeeta Mohanty

Abstract Inspirational

4  

Reeta aparajeeta Mohanty

Abstract Inspirational

ଶୀତ ଆମ ମିତ

ଶୀତ ଆମ ମିତ

1 min
287


ଆସିଛି ଶୀତ ଆ ମିତ ଗାଇବା ଗୀତ।

ଏ ସମୟରେ ଚାଷୀ କ୍ଷେତରେ

ସୁନାର ଧାନ ହସେ।

ଶୀତ ଗଛର ପତ୍ର ଝରି

ଧରଣୀ ଦିଶେ ପାଣ୍ଡୁରବର୍ଣ୍ଣର।

ଶୀତ ସମୟରେ କୁହୁଡି ଚାଦର

ଘୋଡାଇ ହୋଇ ପୃଥିବୀ ରାଣୀ 

ପରି ଦିଶେ ।

ରୂପଶି ଶୀତ ଆଣେ ଫୁଲର ସମ୍ଭାର

ସେବତୀ,କେଳି କୁସୁମ ସୋରିଷ ଫୁଲ

ମନ ଖୋଲା ହସେ।

ନାନା ପର୍ଵ ଧରି ଆସେ ଏ ଶୀତ

ପ୍ରଥମା ଅଷ୍ଟମୀ ,ମାଣଭସା ଗୁରୁବାର

କାଞ୍ଜି ଅଁଳା ଆଦି ଓଷା।

କିଏ ଶୀତ କୁ କରେ ପରାଣମିତ

କୋର୍ଟ ସାଲ ପିନ୍ଧି ଗାଏ ଶୀତଗୀତ।

ହେଲେ ଗରିବ ଥରି ଥରି ନିଆଁ ପୁଏଁ।

ଏ ସମୟ ରେ ଫୁଲ କୋବି ବହୁତ ଚାଷ ହୁଏ

ପରିବା ବହୁତ ଭିଡ ହୁଏ।

ଋତୁ ଚକ୍ରର ନିୟମରେ ତୁ ଆସୁଥା ଶୀତ

ଗରମ ସୁପ୍ ସହ କବି ଲେଖୁ ତୋତେ ନେଇ ଗୀତ।

ତୋ କାକର ପଡୁ ଗୋଲାପ ପାଖୁଡ଼ାରେ

ଲାଜରେ ଝାଉଁଳି ପଡ଼ିସେ।

ଶୀତ ଯେ ମୋ ପ୍ରିୟ ଋତୁ

ସେ ଏମିତି ସବୁବେଳେ ମୋ ଚିନ୍ତା 

ଚେତନାରେ ଧସେଇ ପଶେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract