STORYMIRROR

Reeta aparajeeta Mohanty

Romance

4  

Reeta aparajeeta Mohanty

Romance

ଆସିଥିଲା କାଲି ରାତିକ ପାଇଁ

ଆସିଥିଲା କାଲି ରାତିକ ପାଇଁ

1 min
245


ମୁଁ ଭାବିଥିଲି ସାରା ଜୀବନ

ସେ ରହିବ ମୋ ପ୍ରିୟା ହୋଇ।

ହେଲେ ସେ କଣ

କଲା ମନ ଭାଙ୍ଗିଦେଇ 

କେଉଁଠି ଚlଲିଗଲା

ଆସିଥିଲl କାଲି ସେ ରାତିକ ପାଇଁ ।

ଆଖିରେ ମହକ 

ଓଠର ଚମକ 

ମହ ମହ ବାସ୍ନାରେ 

ଚାରିଦିଗ ମହକାଇ 

ଦେଉଥିଲା ସତେକି

ସେ ଶେଫାଳି ଫୁଲ।

ତା ବିନା ଜୀବନରେ 

ଖାଲି ଶୁନ୍ୟତା 

ଏମିତି କାହିଁକି ଆସିଥିଲା

ମୋ ଶୂନ୍ୟ ମନରେ

କୁଆଁ ତାରା ହେଲେ

ପୁଣି ଦିନେ ଉଭେଇ ଗଲା

କେଜାଣି କଣ ପାଇଁ .....?

ଆଖିରୁ ମୋର ଆଖି 

ଲୁହ ଝରୁଛି ତା ପାଇଁ 

ଯିଏ ଦିନେ ମନ ସୁନା ଫୁଲ

ଭାଙ୍ଗିଦେଇ ଗଲା

ପୁଞ୍ଜାଏ ଅଶ୍ରୁ ଉପହାର ଦେଇଗଲା

ଆଖିର ସୁଖ ସ୍ୱପ୍ନ ସବୁ ସଙ୍ଗେ ନେଇଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance