STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

କାଳିଆଧନର ମନ ଉଚ୍ଛନ୍ନ

କାଳିଆଧନର ମନ ଉଚ୍ଛନ୍ନ

1 min
212


ଶେଷ ହେବ ଆସି ଶ୍ରାବଣ ମାସ 

ରକ୍ଷାବନ୍ଧନ ପରବ ବିଶେଷ ।


ମାସ ଶେଷଦିନ ଆସିବ ପରା

ଭାଇ ଭଉଣୀଙ୍କ ସୁଖ ଆସରା।


କାଳିଆଧନର ମନ ଉଚ୍ଛନ୍ନ 

ପାଖେଇ ଆସିଲା ରକ୍ଷାବନ୍ଧନ ।


ଗେହ୍ଲେଇ ଭଉଣୀ ସୁଭଦ୍ରା ଆସି 

ରାକ୍ଷୀ ବାନ୍ଧିବ ନିଶ୍ଚେ ହସି ହସି।


ବଢାଇବେ ହାତ ଜଗା ବଳିଆ 

ରାକ୍ଷୀ ବାନ୍ଧିଦେବେ ସୁଭଦ୍ରା ମାଆ ।


ଭାଇ ଭଉଣୀଙ୍କ ସ୍ନେହ ବନ୍ଧନ 

ଦେଖ ସଦା ରହିଅଛି ଅମ୍ଳାନ ।


ସବୁ ବରଷ ସୁଭଦ୍ରା ଭଉଣୀ

ରାକ୍ଷୀ ବାନ୍ଧୁଛନ୍ତି ହାତରେ ଆଣି ।


ଚକ୍ରଧାରୀ ଭାଇ ମୂଷଳଧାରୀ 

ରାକ୍ଷୀ ବନ୍ଧା ହୁଏ ହସ୍ତେ ତାଙ୍କରି ।


ସାରା ଜଗତର କରତା ଯିଏ 

ହାତରେ ତାଙ୍କ ରାକ୍ଷୀ ବନ୍ଧା ହୁଏ ।


ସୁଭଦ୍ରା ହରଷେ ବାନ୍ଧନ୍ତି ରାକ୍ଷୀ 

ରହିଥାଏ ରାକ୍ଷୀ ସଭିଙ୍କ ସାକ୍ଷୀ ।


ରକ୍ଷାକର୍ତ୍ତା ଜଗା ବଳିଆ ଭାଇ 

ସୁଭଦ୍ରାଙ୍କ ମାନ ରଖନ୍ତି ସେହି ।


ସୁଭଦ୍ରା ରଖନ୍ତି ଦୁହିଁଙ୍କ ମାନ 

ରାକ୍ଷୀ ଅଛି ସାକ୍ଷୀ ସ୍ନେହ ବନ୍ଧନ ।


ଯୋଗମାୟା ସୁନାନାକୀ ଭଉଣୀ 

ଭାଇ ଯାର ହଳୀ ସାରଙ୍ଗପାଣି ।


ରତନ ବେଦୀରେ ବେନି ପାରୁଶେ 

ବିଜୟ ସର୍ବଦା ମନ ହରଷେ ।


ଯାତ ଉତ୍ସବ ସେ ଯାହା କରନ୍ତି 

ଭଉଣୀକୁ ସଙ୍ଗେ ନେଇ ଯାଆନ୍ତି ।


ଏମିତି ଭାଇ ଭଉଣୀ ସଂସାରେ

ଅଛନ୍ତି କି କେବେ ଭାବ ମନରେ ।


କି ଯୋଗ ପଡିଛି ଦେଖ ସଭିଏଁ 

ବଳଭଦ୍ର ଜନ୍ମ ସେଦିନ ହୁଏ। ।


କାଳିଆଧନର ମନ ଉଚ୍ଛନ୍ନ

ପାଖେଇ ଆସୁଛି ରକ୍ଷାବନ୍ଧନ ।


Rate this content
Log in

Similar oriya poem from Inspirational