STORYMIRROR

Partha Sabar

Inspirational

4  

Partha Sabar

Inspirational

ସ୍ନେହର ରେଶମୀ ଡୋରି

ସ୍ନେହର ରେଶମୀ ଡୋରି

1 min
344

ରାକ୍ଷୀ ନୁହେଁ ସିଏ ସାମାନ୍ୟ ସୂତା ରେଶମୀ ଡୋର

ଭାଇ ଭଉଣୀର ସମ୍ପର୍କ ପ୍ରତି ଜନ୍ମ ଜନ୍ମର।


ନୁହେଁ ଝଲ ମଲ ନିର୍ଜୀବ ସୂତା ଖିଆ କଶ୍ଚନ

ଚେତନାର ଦିବ୍ୟ ଆଲୋକ ପ୍ରେମ ଭାବ ବନ୍ଧନ।


ସୁପ୍ତ ଜୀବନର ସ୍ପନ୍ଦନ ଆବେଗର ବନ୍ଧନ

ରାଗ ରୋଷ ତିକ୍ତ ଜୀବନେ ସତେ ଅମୃତ ସମ।


ନିସଙ୍ଗ ପ୍ରାଣରେ ଆବେଗ ବାନ୍ଧେ ରେଶମୀ ଡୋର

ତପ୍ତ ମରୁଭୂମି ହୃଦୟେ ଅଟେ ଜାହ୍ନବୀ ନୀର।


ଦଗ୍ଧୀତ ହୃଦୟ କୋଣରେ ସୁଶିତଲ ଚନ୍ଦନ

ଅନାବିଳ ସ୍ନେହ ପ୍ରେମ ର ସାକ୍ଷୀ ରକ୍ଷା ବନ୍ଧନ।


ସ୍ନେହ ମମତାର ଉଜ୍ଜ୍ବଳ ଜ୍ୟୋତି ମାୟା ଗଗନେ

ପ୍ରୀତି ଅନୁରାଗ ଫଗୁଣ ଦିଏ ନିଶ୍ଵ ଜୀବନେ।


ମଧୁ ସମ୍ମୋହନ ପାର୍ବଣ ସତେ ରକ୍ଷା ବନ୍ଧନ

ଛନ୍ଦେ ଛନ୍ଦାୟିତ ସୁରମ୍ୟ ସମ୍ପର୍କ ଆକର୍ଷଣ।


ସୁରକ୍ଷାର ଶକ୍ତ ପ୍ରାଚୀର ସତେ ରେଶମୀ ଡୋର

ଭଗିନୀ କରଇ ପ୍ରତୀକ୍ଷା ପ୍ରୀତି ବନ୍ଧନ ତା'ର।


ପରମ ପବିତ୍ର ବନ୍ଧନ ସ୍ନେହର ପ୍ରତିଦାନ

ସୂତଖିଅ ନୁହଁ ସାମାନ୍ୟ ସୂତ୍ର ପ୍ରୀତି ବନ୍ଧନ।


ଭାଇର ମଙ୍ଗଳ କାମନା କରି ପ୍ରଦୀପ ଜାଳି

ସିନ୍ଦୂର ଚନ୍ଦନ କୁସୁମ ଦେବ ମଥାରେ ତୋଳି।


ଭାଇର ଆୟୁଷ କାମନା କରି ସୁନା ଭଗିନୀ

ଯଶ ମାନ କୀର୍ତ୍ତି ସମୃଦ୍ଧି କରେ ହିତ କାରିଣୀ।


ସଶକ୍ତ ହେଉ ଯେ ଶରୀର ପଦେ ପଦେ କୁସୁମ

ନିଷ୍କଣ୍ଟକ ହେଉ ଜୀବନ ହେଉ ପଥ ସୁଗମ।


ନଦେଉ ପଛକେ ପାଉଣା ସଦା ଥାଉ ସୁଖରେ

ଶାହା ହେଉଥିବ ଭାଇ ଯେ ଭଗ୍ନୀ ସୁଖ ଦୁଃଖରେ।


ସ୍ନେହର ବନ୍ଧନେ ଜଡ଼ିତ ସଦା ଭାଇ ଭଉଣୀ

ପ୍ରବାହିତ ରକ୍ତ ଶରୀରେ ଆତ୍ମା ଗୋଟିଏ ପୁଣି।


ଭାଇ ଭଗ୍ନୀ ପ୍ରେମ ଅତୁଟ ଭାବ ବନ୍ଧନ ସଦା

ଭାବ ହୃଦ ସାଥେ ହୃଦୟ ସୂତା ଡୋରୀରେ ବନ୍ଧା।


ଭଗିନୀ ସୁରକ୍ଷା ନିମନ୍ତେ ଭାଇ ଥାଏ ତତ୍ପର

ଆସୁ ପଛେ ବାଧା ବିପଦ ସାଥେ ରହେ ତାହାର।


ଶୁଭାଶିଷ ଦେଇ ଭଉଣୀ ମାଥେ ଦିଏ ଚନ୍ଦନ

ଧୂପ ଦୀପ ଜାଳି ଠକୁରେ ସମର୍ପି ମନ ପ୍ରାଣ।


ଭାଇ ଭଉଣୀଙ୍କ ସମ୍ପର୍କ ଅଟେ ଅମୂଲ୍ୟ ମୂଲ୍ୟ

ଅତୁଲ୍ୟ ଐଶ୍ୱର୍ଯ୍ୟ ବିଭବ ସମ ନୁହେଁ ତା' ତୁଲ୍ୟ।


ଭାଇ ଭଉଣୀଙ୍କ ସ୍ନେହରୁ ସ୍ନେହ ଜଗତେ ନାହିଁ

ଅଛି ଯେତେ ସବୁ ସମ୍ପର୍କ ସ୍ୱାର୍ଥପର ହେ ଭାଇ।


କର ଆଜି ସର୍ବେ ପ୍ରତିଜ୍ଞା ରଖିବ ଭଗ୍ନୀ ମାନ

ନହେଉ ଭଉଣୀ କାହାର କଦାପି ହୀନିମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational