STORYMIRROR

Partha Sabar

Classics

3  

Partha Sabar

Classics

ଗଜେନ୍ଦ୍ର ବଦନ

ଗଜେନ୍ଦ୍ର ବଦନ

1 min
201


ଆହେ! ଗଣନାଥ ଗିରି ସୁତା ସୁତ

       ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଅଜ୍ଞାନ ତିମିର ଦୂରୀଭୂତ କର

        ବୁଦ୍ଧିନାଥ ବିନାୟକ।।


ଆହେ ! ଗଜକର୍ଣ୍ଣ କାଶ୍ଯପାଦିତି ନନ୍ଦନ

      ମହୋତ୍କଟ ବିନାୟକ

କାମକ୍ରୋଧ ଷଡରିପୁ ରାକ୍ଷସକୁ 

       ବିନାଶ କର ହେ ବିନାଶକ। 


ତ୍ରେତୟା ଯୁଗରେ ଉମାଗର୍ଭେ ଜାତ

    ସିନ୍ଧୁ ରାକ୍ଷସ ବିନାଶକ, 

କଳୁଷ କଳଙ୍କେ କଳଙ୍କିତ ଏ ଜଗତ

ଅବତର ହେ ମୟୁରେଶ୍ୱର ଅମିତ । 


ଦ୍ୱାପର ଯୁଗରେ ପାର୍ବତୀ ସୂତ ହେ, 

      ଋଷି ପରାଶରେ ପାଳିତ

ବେଦବ୍ୟାସ ବିନୟେ ରଚିଲ ମହାଭାରତ 

  ହସ୍ତେ ଧରି ପାଶାଙ୍କୁଶ ଆସ ହେ ଗଣେଶ । 


ଆହେ! ବିଘ୍ନ ବିନାଶନ

    ଲମ୍ବୋଦର ଗଜାନନ

ସତ୍ଯ ଧର୍ମ ଆଉଥରେ କର ସଂସ୍ଥାପନ

  ଆହେ ! ଅଗ୍ରଗଣ୍ଯ ଦେବାଦେବ ଧୂମ୍ରବର୍ଣ୍ଣ। 


କଳିଯୁଗେ ବିଖ୍ଯାତ ପ୍ରଭୁ ଗଜାନନ

    ଘୋଟକ ବାହନେ କରାବତରଣ, 

ଅଜ୍ଞାନକୁ ବୁଦ୍ଧି ଦିଅ, ଦିଅ ଦିବ୍ୟ ଜ୍ଞାନ

  ଆହେ! ଧୂମ୍ରକେତୁ ଘେନ ନିବେଦନ

ଅଗ୍ରପୂଜ୍ୟ ଗଣନାୟକ ଗୌରୀଙ୍କ ନନ୍ଦନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics