ଗଜେନ୍ଦ୍ର ବଦନ
ଗଜେନ୍ଦ୍ର ବଦନ
ଆହେ! ଗଣନାଥ ଗିରି ସୁତା ସୁତ
ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ଅଜ୍ଞାନ ତିମିର ଦୂରୀଭୂତ କର
ବୁଦ୍ଧିନାଥ ବିନାୟକ।।
ଆହେ ! ଗଜକର୍ଣ୍ଣ କାଶ୍ଯପାଦିତି ନନ୍ଦନ
ମହୋତ୍କଟ ବିନାୟକ
କାମକ୍ରୋଧ ଷଡରିପୁ ରାକ୍ଷସକୁ
ବିନାଶ କର ହେ ବିନାଶକ।
ତ୍ରେତୟା ଯୁଗରେ ଉମାଗର୍ଭେ ଜାତ
ସିନ୍ଧୁ ରାକ୍ଷସ ବିନାଶକ,
କଳୁଷ କଳଙ୍କେ କଳଙ୍କିତ ଏ ଜଗତ
ଅବତର ହେ ମୟୁରେଶ୍ୱର ଅମିତ ।
ଦ୍ୱାପର ଯୁଗରେ ପାର୍ବତୀ ସୂତ ହେ,
ଋଷି ପରାଶରେ ପାଳିତ
ବେଦବ୍ୟାସ ବିନୟେ ରଚିଲ ମହାଭାରତ
ହସ୍ତେ ଧରି ପାଶାଙ୍କୁଶ ଆସ ହେ ଗଣେଶ ।
ଆହେ! ବିଘ୍ନ ବିନାଶନ
ଲମ୍ବୋଦର ଗଜାନନ
ସତ୍ଯ ଧର୍ମ ଆଉଥରେ କର ସଂସ୍ଥାପନ
ଆହେ ! ଅଗ୍ରଗଣ୍ଯ ଦେବାଦେବ ଧୂମ୍ରବର୍ଣ୍ଣ।
କଳିଯୁଗେ ବିଖ୍ଯାତ ପ୍ରଭୁ ଗଜାନନ
ଘୋଟକ ବାହନେ କରାବତରଣ,
ଅଜ୍ଞାନକୁ ବୁଦ୍ଧି ଦିଅ, ଦିଅ ଦିବ୍ୟ ଜ୍ଞାନ
ଆହେ! ଧୂମ୍ରକେତୁ ଘେନ ନିବେଦନ
ଅଗ୍ରପୂଜ୍ୟ ଗଣନାୟକ ଗୌରୀଙ୍କ ନନ୍ଦନ।
