STORYMIRROR

Partha Sabar

Inspirational

4  

Partha Sabar

Inspirational

ବାପୁ ତୁମେ ଫେରି ଆସ

ବାପୁ ତୁମେ ଫେରି ଆସ

1 min
316


କେଉଁ ରାଜ୍ୟେ ଅଛ ବାପୁ ଝୁରୁଛି ଜଗତ

ଦାୟାଦ ତୁମ ଖୋଜୁଛି ହୋଇ ମର୍ମାହତ

   ବାପୁ ଆସ ତୁମେ ଫେରି

ଯଷ୍ଟି ହସ୍ତେ ଧରି ଆସ ସତ୍ୟର ପୂଜାରୀ।।


ଦେଶର ସ୍ବାଧିନ ପାଇଁ ଆତ୍ମ ବଳିଦାନ

ଭୂଲି ଗଲ ଘର ଦ୍ବାର ଦେଖିଲ ସପନ

   ରାଷ୍ଟ୍ର ହିତରେ ଜୀବନ

ଗୋରା ସାଥେ ଲଢ଼ି ଦେଶ କରିଲ ସ୍ୱାଧୀନ।।


ଚରଖା ହତାରେ ଧରି ଖଦଡ଼ ବୁଣିଲ

ବିଦେଶୀ ବର୍ଜନ କରି ସ୍ବଦେଶୀ ଗ୍ରହିଲ

   ତେଜୀ ବିଦେଶୀ ଦରବ

ସ୍ଵାଭିମାନ ରକ୍ଷା କଲ ହେ ମହା ମାନବ।।


ଲବଣ କୁ ଅସ୍ତ୍ର କଲ କରି ସତ୍ୟା ଗ୍ରହ

ଅହିଂସାର ମାହାମନ୍ତ୍ର କରିଲ ପ୍ରବାହ

  ଶାଣିତ ସ୍ୱର ତୁମର

ଫିରିଙ୍ଗି ଦମନ ଲୀଳା ହେଲା ଚୁରମାର।।


ଅସ୍ପୃଶ୍ୟତା ନିବାରଣେ ହୋଇ ଆଗଭର

ନାରୀ ଶିକ୍ଷା ହେଲେ ଦେଶ ହେବ ଅଗ୍ରସର

  ନରୀ ହୋଇଲେ ଶିକ୍ଷିତ

ପ୍ରଗତି ପଥରେ ରାଷ୍ଟ୍ର ହୋଇବ ବିଦିତ।।


ସର୍ବ ଧର୍ମ ସମନ୍ୱୟ ଏକହିଁ ଈଶ୍ୱର

ସଭିଏଁ ମାନବ ସମ ଏକ ପରିବାର

  ମନ୍ତ୍ର କରିଲ ପ୍ରଚାର

ସାବରମତୀ ର ସନ୍ଥ ପୂଜ୍ୟ ମହା ନର।।


ରାମ ରାଜ୍ୟ ଗଢ଼ିବାକୁ ଦେଖିଥିଲେ ସ୍ଵପ୍ନ

ସ୍ବଚ୍ଛତା ସ୍ୱଚ୍ଛ ଭାରତ ଉତ୍କୋଚ ବିହୀନ

   ଛଳନା ଲୁଣ୍ଠନ ଶୂନ୍ୟ

ହିଂସା ଘୃଣା ପ୍ରତାରଣା ହୋଇବ ବିଲୀନ।।


ଆସ ଆସ ବାପୁ ଦେଖ ତୁମ ରାମ ରାଜ୍ୟ

ହିଂସା ଆଚରଣ ଯୋଗୁଁ ହେଲାଣି ବିଭାଜ୍ୟ

   କିଶୋରୀ କୁମାରୀ ନାରୀ

ହେଉଛି ଧର୍ଷିତା ରକ୍ତ ଅଙ୍ଗୁ ଯାଏ ଝରି।।


ନାହିଁ ଶାନ୍ତି ଦୟା କ୍ଷମା ମାନବୀୟ ପଣ

ସ୍ବାର୍ଥ ସାଧନ ନିମନ୍ତେ କରୁଛନ୍ତି ରଣ

   ପୂର୍ଣ୍ଣ ହେଲାକି ସପନ

ଫେରି ଆସ ବାପୁ ମହାନୁଭବ ମୋହନ।।


ଆକୁମାରୀ ହିମାଚଳ ସମଗ୍ର ଭାରତ

ତୁମ ଦେଶପ୍ରେମ ବହ୍ନି କର ପ୍ରଜ୍ବଳିତ

  ଜାଳି ଦିଅ ଦେଶ ପ୍ରେମ

ସତ୍ୟର ପୂଜାରୀ ସତ୍ୟ ଶାନ୍ତି କର ଦାନ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational