STORYMIRROR

Partha Sabar

Classics

3  

Partha Sabar

Classics

ପ୍ରତିଷ୍ଠିତ ହୁଅ ଦେବୀ

ପ୍ରତିଷ୍ଠିତ ହୁଅ ଦେବୀ

1 min
22

ନିର୍ମଳ ହେଲାଣି ନଭ ନାହିଁ ମେଘ ମାଳ

ଚପଳା ଖେଳୁନି ବ୍ୟୋମେ ଲୁଚକାଳି ଖେଳ

   ରମ୍ୟ ଶୋଭାବନ ସୃଷ୍ଟି

ଉତ୍କଣ୍ଠିତ ଦେବଗଣ କଲେ ପୁଷ୍ପବୃଷ୍ଟି।।


ସବୁଜ ପାଟ ବସନେ ସଜ୍ଜିତ ମେଦିନୀ

ସଜାଏ ଅଗଣା ଯେହ୍ନେ ନବିନା ରମଣୀ

  ପିଠାଉ ଝୋଟି ଚିତା ରେ

କାଶତଣ୍ଡି ଶୋଭୁଅଛି ଧରା ପ୍ରାଙ୍ଗଣ ରେ।।


ଜହ୍ନି ଫୁଲ ହସୁଅଛି ସବୁ ଦୁଃଖ ଭୂଲି

କୃଷ୍ଣପ୍ରିୟା ଆହ୍ଲାଦିତ ସମର୍ପିବ ବୋଲି

  ଚାହିଁ ରହିଛି ଶେଫାଳୀ

ଯୁଗ ଯୁଗ ଆଶା ତାର ଯାଇନି ମଉଳି।।


ପୁର ନାରୀ ସଜାଇଲେ ଅଙ୍ଗନ ଭବନ

ସୁନୀଲ ଗଗନ ସମ ନିର୍ମଳ ଯା ମନ

  ହୃଦ ପ୍ରାଣ ସମର୍ପଣ

ପ୍ରକୃତି ତତ୍ପର ମାତା କର ଆଗମନ।।


ଦୁର୍ଗତିନାଶିନୀ ଦୁର୍ଗେ ଜଗତ ଜନନୀ

ପ୍ରକଟ ହୁଅ ଗୋ ମାତ! ଅଭୟ ଦାୟିନୀ

  ଦ୍ୟାବା ବ୍ୟୋମ ମରୁତରେ

ଆସ ମାତ ପ୍ରତି ବ୍ୟକ୍ତି ଚିନ୍ତା ଚୈତନ୍ୟରେ।।

ପାର୍ଥ ଶବର,ଭବାନିପାଟଣା, କଳାହାଣ୍ଡି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics