STORYMIRROR

Partha Sabar

Abstract Classics

3  

Partha Sabar

Abstract Classics

ପ୍ରତିଷ୍ଠିତ ହୁଅ ଦେବୀ -୨

ପ୍ରତିଷ୍ଠିତ ହୁଅ ଦେବୀ -୨

1 min
191

ଆସ ମାଗୋ ହୃଦୟରେ ପ୍ରତି ଧମନୀରେ 

ପ୍ରବାହିତ ହୁଅ ଦେବୀ ଅପୂର୍ବ ଛନ୍ଦରେ

  ତୁମେ ହୁଅ ପ୍ରତିଭାତ

ନୈସର୍ଗିକ ଝଙ୍କାର ରେ ହୁଅ ନିନାଦିତ ।


ପ୍ରତିଷ୍ଠିତ ହୁଅ ଦେବୀ ପ୍ରତିଟି ପ୍ରାଣରେ

ବିରାଜିତ ହୁଅ ମାଏ! ପ୍ରାଣ ସ୍ପନ୍ଦନ ରେ

  ଅ ଶିକ୍ଷା ବିନାଶ କର

ବିଚ୍ଛୁରିତ ହୋଇ ମାତ! ବିଧ୍ଵଂସ ତିମିର।


ଵୃଦ୍ଧିକୃତ ହୁଅ ମାଗୋ ସବୁରି ମନରେ

ଶକ୍ତି ଦିଅ ଧୈର୍ଯ୍ୟ ଦିଅ ସହ୍ୟ କରିବାରେ

  ହସ୍ତ ପାଦ ପ୍ରତି ଅଙ୍ଗେ

ଢାଳି ଦିଅ କୃପାବାରି ଉତ୍ସାହ ତରଙ୍ଗେ।


ବିସ୍ତାର କର ଜନନୀ କପାଳ ଲିଖନ

ଅପ୍ରମିତ ପରାକ୍ରମୀ ହୋନ୍ତୁ ସର୍ବ ଜନ

   ସୁଖେ ସମସ୍ତ ସନ୍ତାନ

ଭାଗ୍ୟ ରେଖା ଦୀପ୍ତ ହେଉ କର ମା କଲ୍ୟାଣ।


କଲ୍ୟାଣମୟି ଜନନୀ ଧରା ଅବତର

ପବିତ୍ର କର ଧରଣୀ ଦାନବ ସଂହାର

କଳୁଷ କଳଙ୍କ ଶୂନ୍ୟ

ବସୁନ୍ଧରା ରୀଷ୍ଟ ଯାଉ ଆଗମନେ ତୁମ।


ଚିର ପ୍ରସବିନୀ ହେଉ ସମଗ୍ର ମେଦିନୀ

ସବୁଜିମା ମୟ ପ୍ରାନ୍ତ-ର ବନ ବନାନୀ

   ହେଉ ନିର୍ଜୀବ ସଜୀବ

ବିଶ୍ୱଜନ ମନ ପ୍ରାଣେ ସୁଖ ଶାନ୍ତି ଦେବ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract