STORYMIRROR

Partha Sabar

Classics

3  

Partha Sabar

Classics

ମଙ୍ଗଳ କର୍ତ୍ତା ଗଣପତି

ମଙ୍ଗଳ କର୍ତ୍ତା ଗଣପତି

1 min
121

ମଙ୍ଗଳ ମୟ ପ୍ରଭୁ ହେ ଦେବ ଗଣପତି

ମଙ୍ଗଳ କର୍ମରେ ତୁମେ ମହାନ ବିଭୂତି

 ଜୟ ପାର୍ବତୀ ନନ୍ଦନ

ଅଗ୍ର ପୂଜ୍ୟ ଦୟାବନ୍ତ ଗଜେନ୍ଦ୍ର ବଦନ।।


ତୁମରି ଆଜ୍ଞାରେ ଦେବ ତ୍ରିକାଳ ଭୂବନ

ତୁମ ଇଙ୍ଗିତରେ ଚଳେ ଅରୁଣ ପବନ

   ସର୍ବ ମୟ ଶକ୍ତି ଧର

ତୁମରି କୃପାରେ ପଙ୍ଗୁ ଲଙ୍ଘେ ପାରାବାର ।।


ଗଉରୀ ନନ୍ଦନ ପ୍ରଭୁ ବିଘ୍ନ ବିନାଶନ

ଏକଦନ୍ତ ମହାକାୟ ସିନ୍ଦୂର ବଦନ

  ଗଣାଧ୍ୟକ୍ଷ ଗଜ କର୍ଣ୍ଣ

ଆଜ୍ଞାନକୁ ଜ୍ଞାନ ଦାନେ ହର ହେ କଷଣ।।


ବିମଳ କମଳାସନ ମୂଷିକ ବାହନ

ପରଶୁ ପାଶ ଅଙ୍କୁଶ ହସ୍ତେ ଶୋହେ ତୁମ

    ଭାଳ ଚନ୍ଦ୍ର ଶୂର୍ପକର୍ଣ୍ଣ

ଅଭୟ ବରଦ ପ୍ରଭୁ ସୁବର୍ଣ୍ଣ ବରନ।।


ବୁଦ୍ଧିଦାତା ସିଦ୍ଧିଦାତା ହେ ମଙ୍ଗଳମୟ

 ସର୍ବ ଶକ୍ତି ପରଂବ୍ରହ୍ମ ତନୁ ଖର୍ବକାୟ

   ରିଦ୍ଧି ସିଦ୍ଧି ବିଦ୍ୟା ଦାତା

କଳା ବିଜ୍ଞାନର ସ୍ରଷ୍ଟା କଳୁଷ ହରତା।।


ଗିରିଜା ନନ୍ଦନ ପୂଜ୍ୟ ପାପ ବିମୋଚନ

ଆକୁଲେ ଡାକୁଛି ହୃଦେ କର ଆଗମନ

   ରକ୍ତ କୁସୁମ ଚନ୍ଦନ

ସାଇତି ରଖିଛି ପ୍ରଭୁ ଘେନ ମୋ ଜଣାଣ।।


ତୁମ ଦୟା ବଳେ ପଙ୍ଗୁ ଲଙ୍ଘି ପାରେ ଗିରି

ଅଜ୍ଞାନ ପଣ୍ଡିତ ହୁଏ କୃପାରେ ତୁମରି

     ଗଣପତି କୃପାକର

ଜଗତ ଅଜ୍ଞାନ ଦୂର କର ଗଣେଶ୍ୱର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics