STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଅତୃପ୍ତ ଆତ୍ମାର ଆବର୍ତ୍ତ ଆତୁର

ଅତୃପ୍ତ ଆତ୍ମାର ଆବର୍ତ୍ତ ଆତୁର

1 min
572

କାମନାର କେତେ ଏକୀକୃତ କାୟା

ବାସନାର ଯେତେ ବଶୀଭୂତ ମାୟା

ଅଧୂରା ଆଶାର ଆସର ଅନେକ

  ଜୀବନର ପାତ୍ରେ ସଜେଇ

ପ୍ରାପ୍ତି ପରେ ଏକ,ଆନ ଚେଇଁ ଉଠେ

  ନପାରେ ନିଜକୁ ବୁଝେଇ


କ୍ଷୁଧାର୍ତ୍ତକୁ ଅନ୍ନ, ତୃଷାର୍ତ୍ତକୁ ଜଳ

କ୍ଷଣିକ ତୃଷାର ତୃପ୍ତିର ଏ ଖେଳ

ଆନ କ୍ଷଣେ ପୁଣି ଜାଗି ଉଠେ କ୍ଷୁଧା

  ତୃଷା ଦିଏ ତାଳୁ ଶୁଖେଇ।

ତୃପ୍ତି ନୁହେଁ ଏ ତ ଜୀବନର ପଥ

  ଏ ବାଟର ସବୁ ବାଟୋଇ


କାମନା ମରେନି, ବାସନା ସରେନି

ଲଭିବାର ଆଶା ବିଲୁପ୍ତ ହୁଏନି

ଅପୁରା ଅନ୍ୱେଷା ସମ୍ପୂର୍ଣ୍ଣ ହେବାର

  ସମ୍ଭାବନା ଯାଏ ଦୂରେଇ

ବଞ୍ଚିବାର ଆଶା, ସଞ୍ଚିବାର ନିଶା

  ଜୀବନ କୁ ଯାଏ ଜଳେଇ


ପୁଣି କେଉଁ ମତେ ଆତ୍ମା ହୁଏ ତୃପ୍ତ

ସବୁରି ଶରୀରେ ସୁପ୍ତ ଅବା ଗୁପ୍ତ

ମଶାଣି ନିଆଁ ରେ ଏନ୍ତୁଡ଼ି ଜଳେଇ

  ଅପୁରା ଆଶାକୁ କାନେଇ

ଅତୃପ୍ତ ଆତ୍ମାର ଆବର୍ତ୍ତ ଆତୁର

  ମୋକ୍ଷ ବଳୟକୁ ଅନେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract