Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics

4  

Chittaranjan Nanda

Abstract Classics

ଅନୀତି ମାଟିରେ ମିଶିଛି

ଅନୀତି ମାଟିରେ ମିଶିଛି

1 min
639


ମାଟିରେ ମିଶିଛି ରହିନାହିଁ କାର ଗର୍ବ 

କୋଟିଏ ଆତ୍ମାରେ ଗୋଟିଏ ସ୍ପନ୍ଦନ 

ତାହା ତ ଅଟେ ମାନବିକତା

ଶରୀର ବିଭିନ୍ନ, ଆତ୍ମା ଏକକ, ପାପ 

ପ୍ରଭାବିତେ ହରାଏ ସମତା ।


ଶରୀରରୁ ଜୀବ ଗଲା ପରେ ଶବ

ଛ ଖଣ୍ଡ କାଠରେ ଜୁଇ ଜଳିବ

ହେ ମଣିଷ ମାଟିରେ ତୋହର ଜନ୍ମ ପୁଣି

ମାଟିରେ ଶରୀର ମିଶିଯିବ ।


ବୟସ ଚାଳିଶ ହେଲେ, ଅବତରଣ ପର୍ବ 

ସେଇଠୁ ଆରମ୍ଭ ହୋଇବ

ଏଇ ଅଧା ରାସ୍ତାରୁ ଧିରେ ଧିରେ କ୍ଷୟ ପ୍ରାପ୍ତି

ପିଚ୍ଛିଳ ପଥର ସୋପାନ ଚାଲିବ ।


ଜାଣିନ କି ଦୁର୍ଯ୍ୟୋଧନ କୌରବଂକ ଶ୍ରେଷ୍ଠ

ଥିଲେ ହସ୍ତିନାର ଅଧୀଶ୍ୱର

ଶହେ ଭାଇଥିଲେ ଗରବ ଓ ମାନରେ ଅନ୍ଧ 

ହୋଇଗଲେ, କି ବାର୍ତ୍ତା ସମାଜକୁ ତାର ।


ମାମୁଁ ଶକୁନିର ପ୍ରବଞ୍ଚକତାରେ ଘୃଣା ବିଷ

ପିଇ ଅନ୍ଯାୟକୁ କଲେ ସାଥୀ,

ରହିଲାକି ଚିହ୍ନ ବର୍ଣ୍ଣ ଥାଇ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, 

କର୍ଣ୍ଣ ପରି କେତେ ମହାରଥୀ ।


ବଳ, କ‌ଉଶଳ ଯେତେ ଲଗାଇଲେ, ଅଧର୍ମ ପଥ

ଅନ୍ୟାୟରେ ବୁଡି ରହିଲେ ସେହିଁ,

ଏ ଭୂପୃଷ୍ଠରେ ତାର ରହିଲେକି କେହି ଶେଷ ବେଳେ

ପିଣ୍ଡରେ ଟିକେ ପାଣି ଦେବା ପାଇଁ  ।


ମାଟିରୁ ଗଢା ଏ ଶରୀର, ମାଟିର ମହକ ମମତା 

ଦେଇଛିରେ ଶିକ୍ଷା ସତ୍ୟ ଧର୍ମ ଏଠି ସ୍ୱର୍ଗ

ହେ ଛାର ମଣିଷ, ମତ୍ତ ହୁଅ ନାହିଁ ଅନ୍ୟାୟ ଅନୀତି 

ମାଟିରେ ମିଶିଛି ରହିନାହିଁ କାର ଗର୍ବ  ।


ମୋର ବୃତ୍ତି ଓକିଲାତି, ସର୍ବଦା ଏପରି ଭାବନା ମୁଁ  

ମନରେ ରଖିଛି ଓ ରଖିବାକୁ ଆଶା କରିଛି

ହୁଅନ୍ତୁ ସେ ନ୍ୟାୟମୂର୍ତ୍ତି, ବଡ ଓକିଲ ଅବା ପ୍ରତିଷ୍ଠିତ

ଲୋକ, ଅଂଗୁର କୋଳି ଖଟାର ଆଖ୍ୟା ପାଇବି, 

ମୁଁ ଭଲ ଭାବେ ଜାଣିଛି ।


ଦୁନିଆ ବୁକୁରୁ ବିଦାୟ ପୂର୍ବରୁ ଶେଷ ଅଳି ମୋହର

ରହିଥାଉ ମୋର ସଦା ଏହି ଭାବ

ମନରେ ନଆସୁ ଅନ୍ତରରେ ଇର୍ଷା ଅସୂୟା ଅନ୍ଯାୟ,

ଅନୀତି, ମୃତ୍ୟୁ ବେଳରେ ଦୁଃଖ ଲାଘବ ହେବ ।


Rate this content
Log in

Similar oriya poem from Abstract