STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଜନ୍ମ-ମୃତ୍ୟୁ

ଜନ୍ମ-ମୃତ୍ୟୁ

1 min
329

ନା ଜନ୍ମ ଏକ ଆରମ୍ଭ

ନା ମୃତ୍ୟୁ ଏକ ଉଦ୍ଦେଶ୍ୟ

ତଥାପି ଜୀବନ ସୀମାବଦ୍ଧ

ଏକ ପ୍ରସ୍ତୁତି ଓ ପ୍ରଗତିର କର୍ମଶାଳା ପରି। 


ଜନ୍ମ ଏକ ମହାସତ୍ୟ

ମୃତ୍ୟୁ ମଧ୍ୟ ଏକ ମହା ସତ୍ୟ

କିନ୍ତୁ ଜୀବନ କେବେ ସ୍ୱପ୍ନର ପାରିଜାତ

ପୁଣି କେବେ ଅଗଣିତ ସମ୍ଭାବନାର ପ୍ରହେଳିକାଟିଏ। 


ଜନ୍ମ ଏକ ମଧୁର ସ୍ମୃତିଟିଏ

ମୃତ୍ୟୁ ଏକ ପ୍ରଚ୍ଛନ୍ନ ଠିକଣାଟିଏ

କାଲିର ଅନିଶ୍ଚିତତା ଓ ଆଜିର ଅନୁଭୁତିର

ଜୀବନ ଏକ ଅନୁଭବର ଅଧ୍ୟାୟଟିଏ।


ଜନ୍ମ ଏକ ହେତୁବିହୀନ ଘଟଣା

ମୃତ୍ୟୁ ଏକ ହେତୁରହିତ ଦୁର୍ଘଟଣା

ହେତୁ ପାଇଲା ପରେ ଜୀବନ ଗଡିଚାଲେ

ଅନେକ କିଛି ସାଉଁଟି ନେଇ ଅଣ୍ଟି ପୁରାଇବା ଲକ୍ଷରେ।


ଜନ୍ମ ଏକ ସୁଖଦ ମହୋତ୍ସବ

ମୃତ୍ୟୁ ଏକ ଦୁଃଖଦ ପରାଭବ

ସୁଖ ଦୁଃଖର ଦୋଛକିରେ ଛଟପଟ ହେଉଥିବା

ଜୀବନ ଏକ ଅସନ୍ତୁଷ୍ଟ ହୃଦୟର ଉଛ୍ୱସିତ ସ୍ଵଭାବ।


ଜନ୍ମ ଏକ ଆଦରର ସାମ୍ଭାବ୍ୟ

ମୃତ୍ୟୁ ଏକ ଘୃଣିତ ଶରବ୍ୟ

ଗତକାଲି ଓ ଆସନ୍ତାକାଲିର ବ୍ୟବଧାନରେ

ଜୀବନ ବର୍ତ୍ତମାନକୁ ଆଦରିବାର ଏକ ନିରନ୍ତର ମହାକାବ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract