ଜହ୍ନ
ଜହ୍ନ
ସଞ୍ଜ ହେଲେ ପୂର୍ବାକାଶେ ଜହ୍ନ ଉଇଁ ଆସେ
ଶୀତଳ ଜୋଛନା ସିିଏ ସଭିଙ୍କୁ ପରଶେ ।
ଗ୍ରୀଷ୍ମ ବର୍ଷା ଶିଶିରକୁ ନାହିଁଁ ତା'ର ଡର
ନାହିଁଁ ତା'ର କାହା ପ୍ରତି ପାତର ଅନ୍ତର ।
ଅମାବାସ୍ୟା ତିଥିରେ ସେ ହୁଏ ଅନ୍ତର୍ଦ୍ଧାନ
ପୂର୍ଣ୍ଣିମାରେ ଦିଶେ ପୂର୍ଣ୍ଣ ଗୋଲାକୃତି ଜହ୍ନ ।
ଆବାଳ ବୃଦ୍ଧ ବନିତା ମାମୁଁ ସଭିଙ୍କର
ରୂପ ଗୁଣ ସୌନ୍ଦର୍ଯ୍ୟର ନାହିଁ ପଟାନ୍ତର ।
ତା ଶୀତଳ କିରଣରେ କରେ ବିମୋହିତ।
ଅନ୍ଧକାର ରାତିକୁ ସେ କରେ ଉଜ୍ଵଳିତ ।