ଆକାଶ
ଆକାଶ
ଆକାଶରଶୋଭାଅତିବସୁନ୍ଦର ନୀଳ ରଙ୍ଗରେ ଶୋଭିତ
ସାରା ପୃଥିବୀକୁ ଢାଙ୍କି ରଖିଛି ସେ
ହୋଇଣ ଗୋଟିଏ ଛାତ ।
ଦୂୂୂୁରକୁ ଦେଖିଲେ ଭ୍ରମି ଯାଏ ନର
ଦିଶଇ ଭାରି ସୁନ୍ଦର
ପୃଥିବୀ ଆକାଶ ମିଶି ଗଲା ପରି
ବଢ଼ାଏ ଶୋଭା ତାହାର ।
ପୂର୍ବ ଆକାଶରେ ସୂରୁଯ ଉଇଁଲେ
ଦିଶେ ଭାରି ଶୋଭାବନ୍ତ
ସକାଳ ହେବାର ସୂଚନା ଦେଇ
ସେ ହସାଏ ସାରା ଜଗତ ।
ସନ୍ଧ୍ୟା ସମୟରେ ନିର୍ମଳ ଆକାଶେ
ଦ୍ଵିଗୁଣିତ ହୁଏ ଶୋଭା
ତାରକା ମେଳରେ ଖେଳଇ ଚନ୍ଦ୍ରମା
ଦିଶେ ଭାରି ମନଲୋଭା ।