ମେଘ
ମେଘ


ଛଅ ଋତୁ ମଧ୍ୟେ ଗ୍ରୀଷ୍ମ ଋତୁ ଅନ୍ୟ ତମ
ପ୍ରଚଣ୍ଡ ତାତିରେ ଵହେ ଝାଳ ଘମଘମ
ଶୁଖିଯାଏ ନଈ ନାଳ ପୋଖରୀ ର ଜଳ
ବାଷ୍ପୀଭୂତ ହୋଇ ଜଳ ଆକାଶକୁ ଯାଏ
ଆକାଶ ରେ ଖଣ୍ଡ ଖଣ୍ଡ ମେଘ ସୃଷ୍ଟି ହୁଏ ।
ଖଣ୍ଡ ଖଣ୍ଡ ହୋଇ ମେଘ ଭାସଇ ଆକାଶେ
ଘନୀଭୂତ ହୋଇ ପୁଣି ବର୍ଷା ରୂପେ ଖସେ
ମେଘ ସହ ମେଘର ହୁଅଇ ଘର୍ଷଣ
ନିଆଁ ବାଣ ସଙ୍ଗେ ପୁଣିି ଭୀଷଣ ଗର୍ଜନ
ଭୀତ ତ୍ରସ୍ତ ନର ନାରୀ ବିକଟାଳ ଶବ୍ଦେ
ନିସ୍ତବ୍ଧ ପୃଥିିବୀ ରାଣୀ ତାହାରି ପ୍ରମାଦେ ।