STORYMIRROR

Sushma Manjari Dash

Abstract Tragedy Fantasy

3  

Sushma Manjari Dash

Abstract Tragedy Fantasy

ନଈ

ନଈ

1 min
194


ଛୋଟ ଜଳ ଧାର ନଈ ହୋଇ ବହେ                          

ମିଶେ ଯାଇ ସାଗରରେ         

ପର୍ବତ ଶିଖରୁ ଉତ୍ପତ୍ତି ହୋଇଣ                            

ଜଗତ କଲ୍ୟାଣ କରେ ।

ବରଷା ଋତୁୁୁରେ ଫୁୁଲିଯାଏ ତନୁ

          ଦିଶେ ଭାରି ଭୟଙ୍କର         

ମହାକାଳ ସାଜି ଗ୍ରାସ କରିଯାଏ

          ଯେ ଆସେ ସମ୍ମୂଖେ ତାର         

ଗ୍ରୀଷ୍ମ ଋତୁ ଅଟେ ଭାରି ଦୁର୍ବିସହ    &nbs

p;                      

ନଦୀ ଯାଏ ଶୁଷ୍କ ହୋଇ

ଜଳ ର ଅଭାବେ ଖୋଲନ୍ତି ତା ତନୁ।                         

ଶୋଷ ମେଣ୍ଟାଇବା ପାଇଁ ।         

ପର ଉପକାରୀ ଅଟଇ ତ ନଈ                             

ଜଳ ଦାନ ଯା'ର କର୍ମ

କର୍ତ୍ତବ୍ୟରେ କେବେ ହେଳା କରେ ନାହିଁ                       

ସେବା ବ୍ରତ ତା'ର ଧର୍ମ ।

   



Rate this content
Log in

Similar oriya poem from Abstract