STORYMIRROR

Sushma Manjari Dash

Others

3  

Sushma Manjari Dash

Others

ବୃଦ୍ଧ

ବୃଦ୍ଧ

1 min
203

ବୃଦ୍ଧ ଲୋକଟିଏ ଯାଉଥିଲା ବାଟେ

             ବଙ୍କୁଲି ବାଡିଟି ଧରି

ପାକୁଆ ପାଟିକୁ ନୁଖୁରା ମୁଣ୍ଡଟି

              ହାତରେ ଗୋଟେ ଗଣ୍ଠିଲି।


ଧାର ଧାର ହୋଇ ଲୁହ ଝରୁଥାଏ

             ପୋଛିବାକୁ ନାହିଁ କେହି

ଅଣ୍ଟା ସହ ପେଟ ଲାଗି ଯାଉଥାଏ                              

ଚାଲିବାକୁ ଶକ୍ତି ନାହିଁ ।


ପେଟେ ଓଦା କନା ଦେଇ ଦିନେ ସିଏ

              ସନ୍ତାନେ ମଣିଷ କଲା

ସବୁ ସମ୍ପତ୍ତିକୁ ପୁଅ ନାମେ ଲେଖି

              ନିଜ ବଳ ଭାଙ୍ଗି ଦେଲା।


ପୁଅ ବୋହୂ ପାଇଁ ବୋଝ ସିଏ ଆଜି

              ଘରେ ନାହିଁ ତା'ର ସ୍ଥାନ

ତଥାପି କା ଆଗେ କହେ ନାହିଁ କେବେ

               ରଖେ ପୁତ୍ର ସ୍ଵାଭିମାନ ।


ଦୀର୍ଘ କାଳ ଧରି ଦାୟିତ୍ଵ ତୋଳାଇ

                ଗଢିଲା ନିଜ ସଂସାର

ବୃଦ୍ଧ ହେଲା ବୋଲି ଆଜି ଅନାଦୃତ

                ଜରାଶ୍ରମ ସ୍ଥାନ ତା'ର ।    


ଧନ୍ୟ ଧନ୍ୟ ଆମେ ସନ୍ତାନ ସନ୍ତତି

                ଧନ୍ୟ ଆମ ପିତୃଭକ୍ତି

ନିଜ ସ୍ଵାର୍ଥ ଲାଗି ସାଜୁଛୁ ନିଷ୍ଠୁର

                ଦେଖାଇ ଆମରି ଶକ୍ତି।


ବୁଣିଥିଲେ ଦାଇ ଦେଇ ଥିଲେ ପାଇ

                 ଅଟେ ଚିରନ୍ତନ ସତ୍ୟ

ୟାକୁ ମନେ ରଖି ପିତା ମାତା ସେବି

                ପାଳିବା ଆମ କର୍ତ୍ତବ୍ୟ ।


                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sushma Manjari Dash

ଗଛ

ଗଛ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ