ବୃଦ୍ଧ
ବୃଦ୍ଧ


ବୃଦ୍ଧ ଲୋକଟିଏ ଯାଉଥିଲା ବାଟେ
ବଙ୍କୁଲି ବାଡିଟି ଧରି
ପାକୁଆ ପାଟିକୁ ନୁଖୁରା ମୁଣ୍ଡଟି
ହାତରେ ଗୋଟେ ଗଣ୍ଠିଲି।
ଧାର ଧାର ହୋଇ ଲୁହ ଝରୁଥାଏ
ପୋଛିବାକୁ ନାହିଁ କେହି
ଅଣ୍ଟା ସହ ପେଟ ଲାଗି ଯାଉଥାଏ
ଚାଲିବାକୁ ଶକ୍ତି ନାହିଁ ।
ପେଟେ ଓଦା କନା ଦେଇ ଦିନେ ସିଏ
ସନ୍ତାନେ ମଣିଷ କଲା
ସବୁ ସମ୍ପତ୍ତିକୁ ପୁଅ ନାମେ ଲେଖି
ନିଜ ବଳ ଭାଙ୍ଗି ଦେଲା।
ପୁଅ ବୋହୂ ପାଇଁ ବୋଝ ସିଏ ଆଜି
ଘରେ ନାହିଁ ତା'ର ସ୍ଥାନ
ତଥାପି କା ଆଗେ କହେ ନାହିଁ କେବେ
&
nbsp; ରଖେ ପୁତ୍ର ସ୍ଵାଭିମାନ ।
ଦୀର୍ଘ କାଳ ଧରି ଦାୟିତ୍ଵ ତୋଳାଇ
ଗଢିଲା ନିଜ ସଂସାର
ବୃଦ୍ଧ ହେଲା ବୋଲି ଆଜି ଅନାଦୃତ
ଜରାଶ୍ରମ ସ୍ଥାନ ତା'ର ।
ଧନ୍ୟ ଧନ୍ୟ ଆମେ ସନ୍ତାନ ସନ୍ତତି
ଧନ୍ୟ ଆମ ପିତୃଭକ୍ତି
ନିଜ ସ୍ଵାର୍ଥ ଲାଗି ସାଜୁଛୁ ନିଷ୍ଠୁର
ଦେଖାଇ ଆମରି ଶକ୍ତି।
ବୁଣିଥିଲେ ଦାଇ ଦେଇ ଥିଲେ ପାଇ
ଅଟେ ଚିରନ୍ତନ ସତ୍ୟ
ୟାକୁ ମନେ ରଖି ପିତା ମାତା ସେବି
ପାଳିବା ଆମ କର୍ତ୍ତବ୍ୟ ।