ଗୋଲାପ
ଗୋଲାପ


ସୌନ୍ଦର୍ଯ୍ୟ ମଣ୍ଡିତ ଫୁଲ ମଧ୍ୟେ ଶ୍ରେଷ୍ଠ
ଅଟଇ ଗୋଲାପ ଫୁଲ
ଫୁଲ ରାଣୀ ବୋଲିିିିି କହନ୍ତିିିିିିିି ସଭିଏଁ
ତା ପାଇଁ ସର୍ବେ ପାଗଳ ।
ଶିଶୁ ଠାରୁ ବୃଦ୍ଧ ସଭିଙ୍କର ପ୍ରୀୟ
କଣ୍ଟାରୁ ଜନମ ତା'ର
ତଥାପି ହସାଏ ସାରା ସଂସାରକୁ
ନଥାଏ ଆପଣା ପର ।
ପ୍ରେମର ସନ୍ତକ ରୂପେ ବ୍ୟବହୃତ
ପ୍ରେମିକ ପ୍ରେମିକା ପାଇଁ
ମନ ଦିଆ ନିଆ ଭାବ ବିନିମୟ
ରହିଥାଏ ପୂୂର୍ଣ୍ଣ ହୋଇ ।
କେତେ କଷ୍ଟ ସହି ଗୋଲାପ ଫୁଲଟି
ହୋଇଥାଏ ପ୍ରସ୍ଫୁଟିତ
ପାଗଳ ମଣିଷ ନିଜ ସ୍ଵାର୍ଥ ପାଇଁ
ଛିଣ୍ଡାଇ ଦିଏ ତୁରିତ ।