ଦୀପାଳି
ଦୀପାଳି
ଅଯୋଧ୍ୟା ରାଜନ ରାଜା ରଘୁରାଣ
ପୂଜିଲେ ତୋର ପୟର
ମାରି ଦଶାନନ ବୈଦେହୀ କାରଣ
ଦେଲୁ ମା ଅଭୟ ବର ।
ପାପ ଭାରା ପୃଥ୍ଵୀ ଅରାଜକାତାରେ
ତମସାରେ ପରିପୂର୍ଣ୍ଣ
ସହସ୍ର ଦୀପାଳି ଛାମୁରେ ଜଳାଇ
କରିଥିଲେ ଆବାହନ ।
ମହାଭୟଙ୍କର ରୂପ ପ୍ରକଟିଲ
ଦେଇ ମହାଘୋର ରାବ
ଦୁର୍ଜ୍ଜୟ ଦାନବ ବୁକୁ ଫଟାଇଲ
ନରହିଲା ତାଙ୍କ ଠାଵ ।
କୋଟି ବାଳ ଅର୍କ ତେଜ ବିକାଶିତ
ସପ୍ତ ମେଘ ବର୍ଣ୍ଣ କାନ୍ତି
ପ୍ରତ୍ୟାଲୀଢ ପରା ଛିନ୍ନ ଶିର ମାଳା
ରୁଧିରରେ ବିଲୋପନ୍ତି ।
ମୁଣ୍ଡମାଳା ବିଭୂଷିତା ଘୋର ଦ୍ରଂଷ୍ଟା
ବିକଟାଳ ହସନ ମୁଖି
ମନ୍ଦାର ମଣ୍ଡିତ ରକ୍ତଜବା ବିଲ୍ଵ
ଜୟମା ଜୟ ସତାକ୍ଷୀ ।
ଚଞ୍ଚଳ କୁରଙ୍ଗୀ ନର ରକ୍ତ ଭକ୍ଷି
କରରେ ଖଡ୍ଗ ଖେଟକ
ବିଲମ୍ବିତ ଜିହ୍ୱା ଦିଗମ୍ବର ଦେହା
ଦୃଷ୍ଟି ହେତୁ ଟକମକ ।
ଲମ୍ବିତ କବରୀ କୁରାଳ ବଦନୀ
କୌମୋଦକି କାଳାଞ୍ଜରୀ
କମ୍ପିତ ମେଦିନୀ ଭାରା ନାସ କାରି
ଆସ ଥରେ ଅବତରୀ ।
ଶୁଣିଥିଲ ମାତଃ ଶ୍ରୀରାମ ଦୟିନି
ମଞ୍ଚ ପୁରେ ମା ଭବାନି
ଆନ ଥରେ ମାଡି ଦାନବଙ୍କ ବପୁ
ଆସ ଜଗତ ଜନନୀ ।
ଓଷ୍ଟେ ଚାପି ଗଳା ଉପବିତ ହାରା
ଅସ୍ତି ଚର୍ମ ମାଳା ଘେନ
ପ୍ରଦାନ କରମା ପାଏଡା ମାନଙ୍କୁ
ଶୁଭୁ ରଡ଼ି ଘନ ଘନ ।
ସହିହେଉନାହିଁ ଦୁରାଚାରି ଭାରା
ଦିନୁ ଦିନ ବଢ଼େ କୋପ
ଆସ ମା ତୁରିତେ କରୁଛୁ ପ୍ରାର୍ଥନା
ଶୁଭଙ୍କରି ଶୁଭ ଦୀପ l
