ଭିଜା ଶିଶିର ର ପଦ୍ମିନୀ ମୁଁ ଯେ
ଭିଜା ଶିଶିର ର ପଦ୍ମିନୀ ମୁଁ ଯେ
ଭିଜା ଶିଶିରର ପଦ୍ମିନୀ ମୁଁ ଯେ
ଅଳପ ଦିନର ଆୟୁ
ଜଳିଯାଇଅଛି ଶରୀର ମୋହର
ଛାଡିଯିବ ପ୍ରାଣ ବାୟୁ
ବିଧାତା ର ଏହି ଅଭିଶାପ ମୋତେ
ସହିବାକୁ ଥିଲା ଆଉ
ଭିଜା ଶିଶିର ର ପଦ୍ମିନୀ ମୁଁ ଯେ
ଅଳପ ଦିନର ଆୟୁ ।
ଲାବଣ୍ୟ ରୂପ ମୋ ଯାଇଛି ଉଜୁଡି
ଜୀବନ ଯାଉଛି ସରି
ଦେଖି ପାରିବନି ହେ ସୁରୁଜ ମୋର
ଶରୀରର ସୁଖ ଶିରି
ବେଦନା ବିଭୋରେ ଯାଉଛି ମୁଁ ଚାଲି
ପୁରିଗଲା ପରମାୟୁ
ଭିଜା ଶିଶିରର ପଦ୍ମିନୀ ମୁଁ ଯେ
ଅଳପ ଦିନର ଆୟୁ ।
କେଉଁ ଦୋଷ ପାଇଁ ପ୍ରକୃତି ସାଧିଲା
ମୋ ଉପରେ ଏତେ ରାଗ
ପୋଡିଦେଲା ମୋର ତନୁ ବଲ୍ଲରୀକୁ
ମରଣର ଶେଷ ଯୋଗ
ଆଉ ଦେଖାହେବ ନାହିଁ ଦିନକର
ପ୍ରାଣ ମୋର ଚାଲିଯାଉ ଭିଜା ଶିଶିରର ପଦ୍ମିନୀ ମୁଁ ଯେ
ଅଳପ ଦିନର ଆୟୁ ।

