STORYMIRROR

Sitansu Jena

Romance Fantasy

4  

Sitansu Jena

Romance Fantasy

ଭିଜା ଶିଶିର ର ପଦ୍ମିନୀ ମୁଁ ଯେ

ଭିଜା ଶିଶିର ର ପଦ୍ମିନୀ ମୁଁ ଯେ

1 min
377


ଭିଜା ଶିଶିରର ପଦ୍ମିନୀ ମୁଁ ଯେ 

ଅଳପ ଦିନର ଆୟୁ 

ଜଳିଯାଇଅଛି ଶରୀର ମୋହର 

ଛାଡିଯିବ ପ୍ରାଣ ବାୟୁ 

ବିଧାତା ର ଏହି ଅଭିଶାପ ମୋତେ 

ସହିବାକୁ ଥିଲା ଆଉ 

ଭିଜା ଶିଶିର ର ପଦ୍ମିନୀ ମୁଁ ଯେ 

ଅଳପ ଦିନର ଆୟୁ ।


ଲାବଣ୍ୟ ରୂପ ମୋ ଯାଇଛି ଉଜୁଡି 

ଜୀବନ ଯାଉଛି ସରି 

ଦେଖି ପାରିବନି ହେ ସୁରୁଜ ମୋର 

ଶରୀରର ସୁଖ ଶିରି 

ବେଦନା ବିଭୋରେ ଯାଉଛି ମୁଁ ଚାଲି 

ପୁରିଗଲା ପରମାୟୁ 

ଭିଜା ଶିଶିରର ପଦ୍ମିନୀ ମୁଁ ଯେ 

ଅଳପ ଦିନର ଆୟୁ ।


କେଉଁ ଦୋଷ ପାଇଁ ପ୍ରକୃତି ସାଧିଲା 

ମୋ ଉପରେ ଏତେ ରାଗ 

ପୋଡିଦେଲା ମୋର ତନୁ ବଲ୍ଲରୀକୁ 

ମରଣର ଶେଷ ଯୋଗ 

ଆଉ ଦେଖାହେବ ନାହିଁ ଦିନକର 

ପ୍ରାଣ ମୋର ଚାଲିଯାଉ ଭିଜା ଶିଶିରର ପଦ୍ମିନୀ ମୁଁ ଯେ 

ଅଳପ ଦିନର ଆୟୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance