STORYMIRROR

Sitansu Jena

Romance Fantasy

3  

Sitansu Jena

Romance Fantasy

ଜଳନା ଶ୍ରାବଣ

ଜଳନା ଶ୍ରାବଣ

1 min
22


ଜାଳନା ଶ୍ରାବଣ ଏ ଦେହ ମନକୁ 

ବିରହ ବଂଶୀ କୁ ବାଇ 

ଫୁଟିନି କଦମ୍ବ କୋମଳ ଅଙ୍ଗରେ 

ବିଶାଦ ଯାଇଛି ଛାଇ 

ସୁନ୍ଦର ସୁଭୁନାହିଁ ଆଉ ପାଉଁଜି ଶବ୍ଦ 

ପ୍ରିୟା ମୋ ଯାଇଛି କାହିଁ 

ଜାଳନା ଶ୍ରାବଣ ଏ ଦେହ ମନକୁ 

ବିରହ ବଂଶୀ କୁ ବାଇ.....

...


ବରଷନା ଆଉ ରିମିଝିମି ହୋଇ 

ନିଦେ ମୁଁ ପାରୁନି ଶୋଇ 

ମଉଳି ଗଲାଣି ତା ରଜନୀଗନ୍ଧା 

ମହ ମହ ବାସୁନାହିଁ 

ବାସର ଶେଯଟା ଆଲୁରା ପଡିଛି 

ବାସ ଦୀପ ଲିଭିଲାଇଁ 

ଜାଳନା ଶ୍ରାବଣ ଏ ଦେହ ମନକୁ 

ବିରହ ବଂଶୀ କୁ ବାଇ... ।


ଛଳନା ର ସବୁ ଶେଷ ହୋଇଗଲା 

କନ୍ଦାଇଲା କାହିଁପାଇଁ 

ଏମିତି କେତେଯେ ଶ୍ରାବଣ ବିତିଛି 

ତୁମେ ସାକ୍ଷୀ ଅଟ ଯହିଁ 

ଆଜି ସବୁ ଖେଳ ସରିଗଲା ଏଠି 

ମୁଁଯେ କାନ୍ଦେ କଇଁ କଇଁ 

ଜାଳନା ଶ୍ରାବଣ ଏ ଦେହ ମନକୁ 

ବିରହ ବଂଶୀ କୁ ଗାଇ. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance