STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅବୁଝା ହୁଅନା ମୋ ସୁନା ଧନ

ଅବୁଝା ହୁଅନା ମୋ ସୁନା ଧନ

1 min
421


ଅମାବାସ୍ୟା ରାତି!

ଘଡଘଡି, ବର୍ଷା ମାଡି ଆସୁଛି

ତିନି ମାସର ପୁଅକୁ ନେଇ ମା ସୋଇଛି

ସ୍ବାମୀ ନାହାନ୍ତି

କୁଟୁମ୍ବ ଘରକୁ ଯାଇଛନ୍ତି

ବୃଦ୍ଧ ଶାଶୁ ଶ୍ୱଶୁର ଅନ୍ୟ ରୁମରେ ଅଛନ୍ତି 

ପୁଅ ରୋଦନ କରୁଛି

ଅତି ପାଟି କରି......


ମା କହୁଛି ପାଟି କର ନା ବାପା

ଅବୁଝା ହୁଅନା ମୋ ସୁନା ଧନ

ସୋଇ ପଡ୍ ଗେହ୍ଲା ଧନ

ଜେଜେମା ଜେଜେ ବାପା ଉଠି ପଡ଼ିବେ !!


ଅନ୍ଧାର ରାତି, ପୁଣି ଅମାବାସ୍ୟା

ତୋ ବାପା ଘରେ ନାହାନ୍ତି

କାହିଁକି ଏପରି କାନ୍ଦୁଛୁ......


ଘନଘନ ବର୍ଷ, ସଙ୍ଗରେ ଘଡଘଡି

ଖୁବ୍ ଜୋର୍ ଜୋର୍ ପବନ ବହୁଛି

କି କରିବି ମୁଁ

କାହାକୁ କହିବି.....


ପୁଅ ଚୁପ୍ ହେଉ ନାହିଁ

ମା'ର ମମତା ବିକଳ ହୋଇ ଉଠୁଛି

କ'ଣ କରିବ

ବୁଦ୍ଧି ଦିଶୁ ନାହିଁ........

ମୋ ଗେହ୍ଲା ପାଇଁ....

ନାନାଦି ଗୀତ ଗାଉଛି

ପୁଅ ଚୁପ୍ ହେଉନାହିଁ 

ହେ ଭଗବାନ ଦୟା କର.....


ପୁଅକୁ ତୁମେ ଚୁପ୍ କରାଇ ଦିଅ

ମୋ କ୍ଷୀର ମଧ୍ୟ ଖାଉ ନି

ଅବୁଝା ହୁଅନା ମୋ ସୁନା ଧନ

ସୋଇ ପଡ୍ 

ମୋର ଗେହ୍ଲା 

ତୋ ବାପା କାଲି ପରା ସକାଳୁ ଆସିବେ 

ମୁଁ କ'ଣ କରିବି ଯେ......

ଭଲ ଲାଗୁନି,ବହୁ ଡ଼ର ମାଡ଼ୁଛି...........

ହେ ଭଗବାନ.........।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract