ରାମାୟଣ
ରାମାୟଣ


ଅଯୋଧ୍ୟା ନଗରେ ଦଶରଥ ନାମେ
ଥିଲେ ଏକ ମହାରାଜା
କୌଶଲ୍ୟା କୈକେୟୀ ସୁୁିମିତ୍ରା ନାମରେ
ତିନୋଟି ତାଙ୍କ ଭାରିଯା ।
ସବୁଥାଇ ମଧ୍ୟ ଦୁୁଃଖିତ ସେ ନୃପ
ନଥିଲେ ବୋଲି ସନ୍ତାନ
ପୁୁୁତ୍ର ଅଭିଳାଷେ ଦାନ ଧର୍ମ ସାଥେ
କରିଲେ ପୁତ୍ରେଷ୍ଟି ଯଜ୍ଞ ।
ଅତି ସରାଗରେ ଯଜ୍ଞ ଚରୁ ଖାଇ<
/p>
ରାଣୀ ହେଲେ ଗର୍ଭବତୀ
ଦଶମାସ ପରେେ ଜନ୍ମିଲେ ସୁୁୁୁପୁତ୍ରେ
ତିନି ରାଣୀଙ୍କ ଚାରୋଟି ।
ପୁୁ୍ତ୍ର ପାଇ ରାଜା ଅତି ଆନନ୍ଦିତ
ଖୁସିରେ ହେଲେ ବିଭୋର
ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ
ନାମଟି ଦେଲେ ତାଙ୍କର।
ଗେଲ ବସରରେ ବଢାଇଲେ ତାଙ୍କୁ
ଅନ୍ଧର ଲଉଡ଼ି ପରି
ଦୟା କ୍ଷମା ଆଉ ପରୋପକାରିତା
ଦେଲେ ତାଙ୍କ ଠାରେ ଭରି ।