ପାହାଡ଼
ପାହାଡ଼


ଅଟଳ ଅଚଳ ମହାମେରୁ ଟିଏ
ମୁଣ୍ଡ ରଖିଥାଏ ଉଚ୍ଚା
ଶିଖାଇ ଦିଏ ସେ ସସାର ନିୟମ
କରିବନି ମନ ନୀଚା ।
ଶରୀରଟା ତା'ର ପଥରରେ ପୂର୍ଣ୍ଣ
ବୃକ୍ଷ ଲତା ଆଚ୍ଛାଦିତ
ପଶୁ ପକ୍ଷୀଙ୍କର ଆଶ୍ରୟ୍ ସ୍ଥଳୀ ସେ
କରିଥାଏ ମୌନବ୍ରତ ।
ପ୍ରାକୃତିକ ଶୋଭା ମନମୁଗ୍ଧକର &n
bsp;
ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ
ରୋଗୀ ମାନଙ୍କର ଜୀବନ ରକ୍ଷକ
ଦେଇଥାଏ ଜୀବଦାନ ।
ଗୋଟିଏ ଶରୀର ନାମ ତା ଅନେକ
ପାହାଡ଼ ପର୍ବତ ଗିରି
ତା ବକ୍ଷୁ ଉତ୍ପତ୍ତିିିି ଓ ନଈ ଝରଣା
ପ୍ରବାହିତ ହୁଏ ବାରି ।