ନାଗରିକ
ନାଗରିକ
ଶିଶୁଟିଏ ଆଜି ଭାବି ନାଗରିକ
ଦେଶ ଓ ଜାତିର ଟେକ
ଦେଶ ସେବା ତା'ର ଜୀବନର ବ୍ରତ
ଅଟେ ସେ ଦେଶ ରକ୍ଷକ ।
ଗଣତନ୍ତ୍ରର ସୂତ୍ରଧର ସିଏ
ଅଟେ ପୁଣି ବିଚାରକ
ଉପଯୁକ୍ତ ପାତ୍ରେ ଭୋଟ ଦେଇ ସିଏ
ବାଛଇ ମାର୍ଗ ଦର୍ଶକ ।
ଏ ଦେଶର ସିଏ ଅଟେ ସ୍ଵାଭିମାନ
ବୁଝଇ
ଜନତା ଦୁଃଖ
ସ୍ଵଚ୍ଛ ଓ ସୁନ୍ଦର ଭାରତ ଗଢିବା
ଅଟଇ ତାହାରି ଲକ୍ଷ୍ୟ ।
କୋଟି ଜନତାଙ୍କ ଆଶା ଓ ଭରସା
ସଭିଙ୍କର ପ୍ରିୟ ଜନ
ଭଲ କାମ କରି ଯଶ ଅରଜିବା
ଏଇ ତ ତାହାରି ଧର୍ମ ।