ଗଛ
ଗଛ


ଜୀବ ଜଗତକୁ ବଞ୍ଚାଇ ରଖେ ଯେ
ଅଟଇ ତ ସିଏ ଗଛ
ବାୟୁମଣ୍ଡଡଳକୁ ଶୁଦ୍ଧ ବାୟୁ ଦେଇ।
ପରିବେଶ ରଖେ ସ୍ଵଚ୍ଛ ।
ଚେର ଠାରୁ ପତ୍ର ଫୁଲ ଫଳ କାଣ୍ଡ
ଲାଗଇ ବିଶ୍ଵକଲ୍ୟାଣେ
ପରୋକ୍ଷ ଭାବରେ ଜଳ ବାୟୁ ଦିଏ।
କପଟ ନ ରଖି ମନେ ।
ଶ୍ୱାସ କ୍ରିୟା ପାଇଁ ଦିଏ ଅମ୍ଲଜ
ାନ
ଖାଇବା ପାଇଁ କି ଫଳ
ବଦଳରେ ତାର ପ୍ରାଣୀ ଜଗତରୁ
ନିଏ ସେ ଅଙ୍ଗାରକାମ୍ଲ ।
ପର ଉପକାରୀ ଅଟେ ପୁଣି ସିଏ
ପର ସେବା ବ୍ରତ ତା'ର
ତଥାପି ମଣିଷ ବୁଝିପାରେନାହିଁ
ଗଛ କାଟେ ବାରମ୍ବାର